News World Odisha
Current News Updates

ହାତ ଗୋଡ଼ ନଥିଲା ହେଲେ ହୃଦୟ ଥିଲା…

0 83

Get real time updates directly on you device, subscribe now.

ପ୍ରେମ ଦୁଇଟି ଆଖିର ଅଦେଖା ଅକ୍ଷର । ପ୍ରେମ କେତେବେଳେ ଆଉ କାହା ସହ ହୋଇଯାଏ କହି ହୁଏନା   । ପ୍ରେମ ବୟସ ମାନେନି, ଜାତି ଭେଦ ମାନେନି, ଗୋରାକଳା କିଛି ଦେଖେନି  । ଆଉ ସେଇଥିପାଇଁ ବୋଧେ ପ୍ରେମ ଏ ଦୁନିଆର ଗୋଟେ ମୁଖସ୍ତ ପଣକିଆ  । ଯାହାକୁ ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀକୁ ଶିଖେଇଥିଲା ବିନୋଦ…

ବିନୋଦ ଓ ଲକ୍ଷ୍ମୀ । ଏବେ ଗୋଟେ ଲଫାପାର ଦୁଇଟି ଠିକଣା । କାହାଣୀ ସରୁନି କି ପ୍ରେମ ବି ସରୁନି । ଆଜି ସେମାନଙ୍କ ବିବାହର ପ୍ରଥମ ବାର୍ଷିକୀ । ଯେମିତି ଲାଗୁଛି କାହାଣୀ ଆରମ୍ଭ ହେଲା ଠିକ ସେମାନଙ୍କ ପ୍ରେମ ପରି, କେଉଁଠି ସରିବ କାହାକୁ ଜଣା ନାହିଁ…

ଲକ୍ଷ୍ମୀର ନା ହାତ ଥିଲା ନା ଗୋଡ଼ । ଛୋଟବେଳୁ ମାଆ-ବାପାଙ୍କ ପାଖରେ ବୋଝ ହୋଇ ରହିଥିଲା । ପାଳିବା ପୋଷିବା ବଡ଼ କଥା ନୁହେଁ ଲକ୍ଷ୍ମୀର ବିବାହ ଥିଲା  ସମସ୍ତଙ୍କ ପାଇଁ ବଡ଼ କଥା । ଏଭଳି ଜଣେ ଦିବ୍ୟାଙ୍ଗ ଝିଅକୁ ବା କିଏ ବାହା ହେବ ? ଏହି କଥାକୁ ନେଇ ପୂରା ପରିବାର ଚିନ୍ତାରେ ଥିଲେ  ।

ଲକ୍ଷ୍ମୀ ଦେଖିବାକୁ ସୁନ୍ଦର ଥିଲା, ହେଲେ ହାତ ପାଦ ନଥିବାରୁ ସବୁ ସୁନ୍ଦରତା ଯେମିତି ତା ଆଗରେ ଫିକା ପଡ଼ିଯ଼ାଉଥିଲା ଆଉ ଲକ୍ଷ୍ମୀକୁ କେହି ବି ବାହା ହେବାକୁ ରାଜି ନଥିଲେ ।

ହେଲେ ଗତ ବର୍ଷ ଠିକ ଏହି ଦିନରେ ଲକ୍ଷ୍ମୀ ସହିତ ବିନୋଦର ଦେଖା ହୋଇଥିଲା ଏକ ମନ୍ଦିରରେ । ଆଉ ପ୍ରଥମ ଦେଖାରୁ ହିଁ ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ, ସାଇତି ରଖିଥିବା ମୁଲାୟମ ମନକୁ ବାଣ୍ଟି ନେଇଥିଲେ । ଜୀବନ ଠାରୁ ଅଧିକ ଭଲ ପାଉଥିବା ବିନୋଦ ଦିନେ ଲକ୍ଷ୍ମୀକୁ ତାଙ୍କ ଘରକୁ ବୋହୂ କରି ନେଇ ଯିବାକୁ ସ୍ଥିର କରିଥିଲା । ସେଇଆ ବି ହେଲା, ଗୋଡ଼ହାତ ନଥିବା ଲକ୍ଷ୍ମୀକୁ ନିଜ ଛାତିରେ, ନିଜ ବେକରେ ଗୁଡ଼େଇ ନେଇଥିଲା ବିନୋଦ  –  ହାତଗୋଡ଼ ନଥିବା ଲକ୍ଷ୍ମୀ ବିନୋଦ ଆଖିରେ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଭଳି ଥିଲା । କିଛି ଦିନ ଭିତରେ ଶ୍ବଶୁର ଘରେ ସମସ୍ତଙ୍କ ମନ ମୋହି ନେଇଥିଲା ଲକ୍ଷ୍ମୀ । ଆଜି ଦୁନିଆରେ ଲକ୍ଷ୍ମୀ ଆଉ ବିନୋଦ ବହୁ ଚର୍ଚ୍ଚିତ ଯୋଡ଼ି । ଯାହାଙ୍କ ପ୍ରେମକାହାଣୀ ଆଜି ଦୁନିଆରେ ସବୁଠୁ ବଡ଼ ଚର୍ଚ୍ଚା । ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଲକ୍ଷ୍ମୀ ଓ ବିନୋଦ ଆଜି ପାଳୁଛନ୍ତି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ । ପ୍ରେମରେ ନିଜକୁ ସମର୍ପି ଦେଇଥିବା ଏହି ପ୍ରେମ ପକ୍ଷୀ କଣ ଭାଲେଣ୍ଟାଇନ ସପ୍ତାହ ପାଇଁ ଆଦର୍ଶ ନୁହେଁ କି ? ଲକ୍ଷ୍ମୀ ଓ ବିନୋଦ ପ୍ରେମ ପାଇଁ ଜୀବନ ଦେଇଛନ୍ତି । କେହି କାହାକୁ ଘଡ଼ିଏ ନ ଦେଖିଲେ ରହିପାରନ୍ତିନି । ଜଣେ ଭିନ୍ନକ୍ଷମ ଝିଅକୁ ବାହାହେବା ପାଇଁ ନିଷ୍ପତ୍ତି ନେବା ପୁଣି ପ୍ରେମରେ ହସଖୁସିର ସଂସାର ଚଳାଇବା କମ୍ ବଡ଼କଥା ନୁହେଁ । ଚକଲେଟ, ଟେଡ଼ି, ଗୋଲାପ ଫୁଲରେ ପ୍ରେମ ହୁଏନି । ପ୍ରେମ ପାଇଁ ଦରକାର ସମର୍ପଣଭାବ । ଏହି ସମର୍ପଣଭାବ ହିଁ ପ୍ରେମ ।

ଯେଉଁଠି ସମର୍ପଣ ନାହିଁ, ସେଇଠି ପ୍ରେମର କଥା କୁଆଡ଼ୁ ଆସିବ । ଆଜିକାଲି ଲୋକ ଦେଖାଣିଆ ଭାବେ ଭାଲେଣ୍ଟାଇନ ପାଳନ କରୁଥିବା ପ୍ରେମୀଙ୍କୁ ଲକ୍ଷ୍ମୀ ଓ ବିନୋଦଙ୍କ କାହାଣୀ ବେଶ ପ୍ରେରଣା ଦେବ ଏହା ଆମର ଆଶା …

Get real time updates directly on you device, subscribe now.

Comments
Loading...