News World Odisha
Current News Updates

ଘରେ ବନାନ୍ତୁ ଦହି କବାବ୍

0 204

Get real time updates directly on you device, subscribe now.

ଘରେ ବନାନ୍ତୁ ଦହି କବାବ । ଏଥିପାଇଁ ଆବଶ୍ୟକ ଉପରଣ : ଅଧା କପ୍ ଦହି, ଅଧା କପ୍ ବେଶନ,୨ଟା ପିଆଜ, ୪ଟା କଞ୍ଚାଲଙ୍କା, ଆବଶ୍ୟକ ଅନୁସାରେ ଲୁଣ ,୭୫ଗ୍ରାମ ଚୀଜ, ୨ଚାମଚ ଧନିଆ ଓ ଗୋଲମରିଚ, ୧ଚାମଚ ଲଙ୍କାଗୁଣ୍ଡ,୧ଚାମଚ ଅଦା, ୧୦୦ଗ୍ରାମ ପନିର, ତେଲ, ୨ ଚାମଚ କର୍ଣ୍ଣଫ୍ଲାୱାର ।

ପ୍ରସ୍ତୁତ ପ୍ରଣାଳୀ ;

  1. ପ୍ରଥମେ ଏକ ପତଳା କପଡ଼ାରେ ଦହିକୁ ବାନ୍ଧି ଦିଅନ୍ତୁ ଯେପରିକି ଏଥିରେ ଥିବା ପାଣି ସବୁ ନିଗିଡ଼ି ଯିବ ।
  2. ଚୀଜକୁ କୋରି ନିଅନ୍ତୁ  । ଧନିଆ ଏବଂ ଗୋଲମରିଚ଼କୁ ଖାଲି କଡ଼େଇରେ ହଲକା ଭାଜି ଏହାର ଏକ ପାଉଡ଼ର ପ୍ରସ୍ତୁର କରନ୍ତୁ  ।
  3. କୋରା ଚୀଜ,ଧନୀଆ-ଗୋଲମରିଚ ପାଉଡ଼ର,କଞ୍ଚାଲଙ୍କା,ପିଆଜ,ଅଦା ଏବଂ ଲୁଣ ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ  ।
  4. ଆଉ ଏକ ପାତ୍ରରେ କପଡ଼ାରେ ବାନ୍ଧି ରଖିଥିବା ଦହି,ଲଙ୍କାଗୁଣ୍ଡ, ବଳକା ଧନିଆ-ଗୋଲମରିଚ଼ ପାଉଡ଼ରକୁ ମିଶାଇ ଭଲଭାବରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  5. ଏହାସହ ଏଥିରେ ବେଶନ, କର୍ଣ୍ଣଫ୍ଲାୱାର ଓ ପନିରକୁ ପକାଇ ଏହାକୁ କବାବର ସେପ୍ ଦିଅନ୍ତୁ  ।
  6. ପରେ ଏହାକୁ ତେଲରେ ଭଲରେ ଛାଣି ଘରେ ପ୍ରସ୍ତୁତ କରନ୍ତୁ ଗର୍ମାଗରମ ଦହି କବାବ୍  ।

Get real time updates directly on you device, subscribe now.

Comments
Loading...