News World Odisha
Current News Updates

ମୋଦିଙ୍କ ସଭାରେ ମହିଳା ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର !

0 268

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ କାର୍ଯ୍ୟକ୍ରମରେ ତ୍ରିପୁରାର ଯୁବ ଓ ବ୍ୟାପର ମନ୍ତ୍ରୀ ମନୋଜ କାନ୍ତି ଦେବଙ୍କ ଅଶାଳୀନ ଢ଼ଙ୍ଗରେ ସାମାଜିକ କଲ୍ୟାଣ ମନ୍ତ୍ରୀ ସାନ୍ତନା ଚକମାଙ୍କୁ ସ୍ପର୍ଶ କରିଥିବାରୁ ମନୋଜ କାନ୍ତି ଦେବ ସମସ୍ତ ମହଲରେ ସମାଲୋଚନାର ଶିକାର ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଫଟୋ ଏବଂ ଭିଡିଓ ଆଧାରରେ ମନ୍ତ୍ରୀ ମନୋଜ କାନ୍ତି ଦେବଙ୍କ ଉପରେ  ଅଭିଯୋଗ ଆସିଛି ।  ଏନେଇ ତ୍ରିପୁରା ବିଜେପି ଦଳ କହିଛି, ଏହା ଏକ ଉଦ୍ଦେଶ୍ୟମୂଳକ ଭାବେ ଏହି ଭିଡିଓକୁ ଭାଇରାଲ କରାଯାଇଛି ।  ଭିଡିଓରେ କୌଣସି ସତ୍ୟାସତ ନାହିଁ ବୋଲି ମନ୍ତ୍ରୀ   ମନୋଜ କାନ୍ତି କହିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ଦଳର ପ୍ରଭାରୀ ଭିକ୍ଟର ସୋମ କହିଛନ୍ତି, ରାଜନୈତିକ ଆକ୍ରୋଶରୁ ଏହି ଭିଡିଓଟିକୁ ଏଡିଟ୍ କରାଯାଇ ଭାଇରାଲ କରାଯାଇଛି ।  ପ୍ରଧାନମନ୍ତ୍ରୀଙ୍କ ତ୍ରିପୁରାରେ ଏକ କାର୍ଯ୍ୟକ୍ରମରେ ଏହିଭଳି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments
Loading...