News World Odisha
Current News Updates

ଦିଲ୍ଲୀରେ ବସିଛି ଆନ୍ଧ୍ର: ପାହ୍ୟା ଦିଅ ନହେଲେ ପଙ୍ଗା ନେବୁ…

0 290

Get real time updates directly on you device, subscribe now.

ଆଉ ନୁହେଁ…ବହୁତ ହୋଇଗଲା  । କେନ୍ଦ୍ରର ମିଛ ପ୍ରତିଶୃତିକୁ ଏବେ ପଦାରେ ପକାଇବାକୁ ପଡ଼ିବେ  । ଏଇ ନାରା ନେଇ ଆଜି ଦିଲ୍ଲୀ ଦରବାରରେ ଦମ୍ଭ ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ  । ଆନ୍ଧ୍ରକୁ ଅବହେଳା କରି ସ୍ବତନ୍ତ୍ର ରାଜ୍ୟପାହ୍ୟାରୁ ବଞ୍ଚିତ କରିଥିବାରୁ ଦିନିକିଆ ଅନଶନରେ ବସିଛନ୍ତି ନାଇଡ଼ୁ  । ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇ ନାଇଡ଼ୁ ଧାରଣାରେ ବସିଛନ୍ତି  । ରାଜଘାଟରେ ନାଇଡ଼ୁ ଧାରଣା ଦେଇଥିବା ବେଳେ ତାଙ୍କ ସହ ସାମିଲ ହୋଇଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ  । ସେପଟେ ସ୍ବତନ୍ତ୍ର ପାହ୍ୟା ପାଇଁ ସଂସଦ ବାହାରେ ଧାରଣା ଦେଇଛନ୍ତି ଟିଡିପି ସାଂସଦମାନେ  ।

୨୦୧୪ରେ ମୋଦି ପ୍ରତିଶୃତି ଦେଇ ପାଳି ନଥିବାରୁ ଖପ୍ପା ହୋଇଛନ୍ତି ଚନ୍ଦ୍ରବାବୁ  । ଧାରଣାସ୍ଥଳରେ ଚନ୍ଦ୍ରବାବୁ ସିଧାସିଧା କେନ୍ଦ୍ର ଉପରେ ବର୍ଷିଛନ୍ତି  । ‘ତୁମେ ଯଦି ଆମ ସ୍ବପ୍ନ ପୂରଣ ନକରିବ ତେବେ ସ୍ବପ୍ନ କେମିତି ପୂରା କରାଯାଏ ଆମକୁ ଭଲଭାବେ ଜଣା  । ସ୍ବତନ୍ତ୍ର ପାହ୍ୟା ହେଉଛି ଆନ୍ଧ୍ରର ଆତ୍ମସମ୍ମାନ  । ଆମ ଆତ୍ମସମ୍ମାନ ଉପରେ ଯିଏ ଆକ୍ରମଣ କରେ ଆମେ ମୁଣ୍ଡପାତି ସହୁନା  । ଆମେ ବି ଜବାବ ଦେବା ଜାଣୁ ବୋଲି ନାଇଡ଼ୁ ଚେତାବନୀ ଦେଇଛନ୍ତି  । ତେବେ ମୋଦିଙ୍କୁ ଇଙ୍ଗିତ କରି ନାଇଡ଼ୁ କହିଛନ୍ତି କି, ବ୍ୟକ୍ତିଗତ ଆକ୍ରମଣ ଠାରୁ ପ୍ରଧାନମନ୍ତ୍ରୀ କ୍ଷାନ୍ତ ରୁହନ୍ତୁ’  ।

ତେବେ ନାଇଡ଼ୁଙ୍କୁ ସମର୍ଥନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ମୁଁ ଆନ୍ଧ୍ର ଲୋକଙ୍କ ସହ ସଦାସର୍ବଦା ରହିଛି ବୋଲି ରାହୁଲ କହିଛନ୍ତି  । ରାହୁଲଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଫାରୁକ ଅବଦ୍ଦୁଲା ମଧ୍ୟ ନାଇଡ଼ୁଙ୍କୁ ସମର୍ଥନ ଜଣାଇ ଧାରଣାସ୍ଥଳକୁ ଯାଇଛନ୍ତି  ।

Get real time updates directly on you device, subscribe now.

Comments
Loading...