News World Odisha
Current News Updates

ପେଟ ପାଇଁ ସବୁଠି ଆହାର: ଖୋଲିଲା ଆଉ ୩୮ଟି ନୂଆ ଆହାର କେନ୍ଦ୍ର

0 299

Get real time updates directly on you device, subscribe now.

ରାଜ୍ୟରେ ଖୋଲିଲା ଆଉ ୩୮ଟି ନୂଆ ଆହାର କେନ୍ଦ୍ର । ୧୭ ଟି ଜିଲ୍ଲାରେ ୩୮ଟି ନୂଆ ଆହାର କେନ୍ଦ୍ର ଖୋଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁର ଶୁଭାରମ୍ଭ କରିଛନ୍ତି । ସଚିବାଳୟରୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏସବୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟର ସବୁ ସହରାଞ୍ଚଳରେ ଖୋଲିଲା ଆହାର କେନ୍ଦ୍ର । ଭୁବନେଶ୍ବର ଏମ୍‌ସ ଆଗରେ ଖୋଲିଥିବା ଆହାର କେନ୍ଦ୍ର, ରାଜ୍ୟର ସବୁଠୁ ବଡ଼ ‘ଆହାର’ କେନ୍ଦ୍ର । ୫ ଟଙ୍କାରେ ମିଳୁଛି ଭାତ ଡାଲମା । ନୂଆ ଆହାର କେନ୍ଦ୍ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଆହାର’ ଏକ ଭଲ କାର୍ଯ୍ୟକ୍ରମ । ଉତ୍ତମ ମାନ ହେଉଛି ‘ଆହାର’ କେନ୍ଦ୍ରର ବୈଶିଷ୍ଟ୍ୟ । ରାଜ୍ୟର ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ୨୦୧୫ ମସିହା ଅପ୍ରେଲ ପହିଲାରୁ ଆହାର ଯୋଜନା ଆରମ୍ଭ କରିଛନ୍ତି ।

୩୦ଟି ଜିଲ୍ଲାରେ ୧୪୪ଟି ସହରାଂଚଳରେ ଆହାର କେନ୍ଦ୍ର ଚାଲିଛି । ରାଜ୍ୟରେ ଏବେ ୧୫୭ଟି ଆହର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହାର କେନ୍ଦରେ ରାତିରେ ଆହାର ଦେଉଛନ୍ତି ।

Get real time updates directly on you device, subscribe now.

Comments
Loading...