News World Odisha
Current News Updates

ସରିନି ପ୍ରେମ ! ବ୍ରେକଅପ ପରେ ଏମିତି ଲେଖି ପୋଷ୍ଟ କଲେ ନେହା କକ୍କଡ଼…

0 401

Get real time updates directly on you device, subscribe now.

କିଛିଦିନ ହେବ ବ୍ରେକଅପ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ଼ ଗାୟିକା ନେହା କକ୍କଡ଼ ଏବେ ପୁଣି ଚର୍ଚ୍ଚାରେ । ନେହା ଲଗାତର ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ­­­­­­­ସୋସିଆଲ ମିଡ଼ିରେ କିଛି ନା କିଛି ଲେଖିଥାନ୍ତି  । ନିକଟରେ ନେହା ଲେଖିଥିଲେ ସେ ଏମିତି ସମ୍ପର୍କକୁ ସମୟ ଦେଇଥିଲେ ଯାହା ଆଦ୍ୟୋ ମହତ୍ତ୍ୱ ପୁର୍ଣ୍ଣ ନଥିଲା  । ହିମାଂଶ କୋହଲିଙ୍କ ସମ୍ପର୍କରେ ରହି ସେ ବହୁତ ବଡ଼ ଭୁଲ କରିଛନ୍ତି  । ନେହାଙ୍କ ଏହି ବୟାନ ଦ୍ୱାରା ପୁରା ମିଡ଼ିଆ ହାଉସ ନେହା-ହିମାଂଶଙ୍କ ବ୍ରେକଅପ ପାଇଁ ହିମାଂଶଙ୍କୁ ଦାୟୀ କରିଥିଲେ  । କିନ୍ତୁ ଏହାର ଉତ୍ତରରେ ନେହା ଆଉ ଏକ ପୋଷ୍ଚ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ରେକଅପ ପାଇଁ କେହି ଦାୟି ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ନେହା କକଡ଼ ତାଙ୍କ ପୋଷ୍ଚରେ ଲେଖିଛନ୍ତି –‘ ଡିଅର ମିଡ଼ିଆ..ଆମର ବ୍ରେକଅପ କାହା ପାଇଁ ହୋଇ ନାହିଁ ନା ଆମ ସମ୍ପର୍କ ଖରାପ ଥିଲା  । ଆପଣ କାହାକୁ ବି ଏମିତି ଦୋଷୀ କରିପାରିବେ ନାହିଁ  । ମୋତେ ଲାଗୁଛି କି ଆମର ଏହି ବ୍ରେକଅପ ପାଇଁ କାହାର ବି ଭୁଲ ନ ଥିଲା  । ହୁଏ ତ ଆମ ସମ୍ପର୍କ ଭଗବାନଙ୍କୁ ହିଁ ପସନ୍ଦ ନଥିଲା । ଏଭଳି କଥା କହି କାହା ମନରେ ବି ନକାରାତ୍ମକ ଭାବନା ସୃଷ୍ଚି କରନ୍ତୁ ନାହିଁ ।’ ତେବେ ପ୍ରଶ୍ନ ଉଠୁଛି ନେହା ନିଜ ପୋଷ୍ଟରେ ଭିନ୍ନ ମତ ଦେବାର କାରଣ କ’ଣ ? ସେ କ’ଣ ପୁଣି ପଡ଼ିଗଲେ କି ହିମାଂଶ ?

Get real time updates directly on you device, subscribe now.

Comments
Loading...