News World Odisha
Current News Updates

ଗୁଲସନଙ୍କ ବାଇଓପିକରେ ଅମିର୍…

0 41

Get real time updates directly on you device, subscribe now.

ପରଦାକୁ ଆସିବାକୁ ଯାଉଛି ସୁବାସ କାପୁରଙ୍କ ନିର୍ଦ୍ଦେଶୀତ ହିନ୍ଦୀ ନୂଆ ଚଳଚିତ୍ର ମୁଗୁଲ  । ଯାହାର ପ୍ରଯୋଜକ ଭାର ସମ୍ଭାଳିଛନ୍ତି ଭୂଷଣ କୁମାର  ।
ଏହି ଚଳଚିତ୍ରଟି ଟି-ସିରିଜ ବ୍ୟାନରେ ପ୍ରସ୍ତୁତ କରାଯିବ । ଚଳଚିତ୍ରଟି ମହାନ ଅଭିନେତା ଗୁଲସନ କୁମାରଙ୍କ ଜୀବନ ଚରିତ ଉପରେ ଆଧାରିତ  । ଚଳଚିତ୍ରର ମୂଖ୍ୟ ଭୂମିକାରେ ଅମିର୍ ଖାନଙ୍କୁ ଦର୍ଶକ ଦେଖିବାକୁ ପାଇବେ । ନବାଗତ ନିର୍ଦ୍ଦେଶକ ଭାବେ ଏହି ଚଳଚିତ୍ର ମାଧ୍ୟମରେ ସୁବାସ କାପୁର ବଲିଓଡକୁ ପ୍ରବେଶ କରିବେ । ସୁପରଷ୍ଟାର ଅମୀର ଖାନ ମୁଗୁଲ ଚଳଚିତ୍ର ପାଇଁ ଜୋରଦାର ପରିଶ୍ରମ କରୁଛନ୍ତି । ନିଜର ଓଜନ ହ୍ରାସ କରିବା ସଙ୍ଗେ ସଙ୍ଗେ ପ୍ରପର ଡାଇଟିଙ୍ଗରେ ଅଛନ୍ତି । ଗୁଲସନ କୁମାରଙ୍କ ଉପରେ ଆଧାରିତ ମୁଗୁଲ ଚଳଚିତ୍ରରେ ଅମିର୍ ଖାନ ସଂଗୀତ ନିର୍ଦ୍ଦେଶନାର ଭାର ମଧ୍ୟ ନିଜେ ସମ୍ଭାଳିବେ ବୋଲି ନିର୍ଦ୍ଦେଶକ ସୁବାସ କାପୁର କହିଛନ୍ତି । ଅମିର୍ ଖାନ ମୁଗୁଲ ପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments
Loading...