News World Odisha
Current News Updates

ପ୍ରତୀକ୍ଷା, ପ୍ରିୟଙ୍କା ଓ ପନ୍ଦର କିଲୋମିଟର

0 176

Get real time updates directly on you device, subscribe now.

ପଲିଟିକ୍ସରେ ପ୍ରିୟଙ୍କାଙ୍କ ଫୁଲଟାଇମ ଏଣ୍ଟ୍ରି  । ଆଜି ଠାରୁ ପ୍ରିୟଙ୍କାଙ୍କ ଉତ୍ତର ପ୍ରଦେଶ ପ୍ରବେଶ  । କଂଗ୍ରେସ ମହାସଚିବ ସହ ପୂର୍ବ ଉତ୍ତର ପ୍ରଦେଶର ଭାର ସମ୍ଭାଳିବା ପରେ ଆଜି ପ୍ରଥମ ଥର ପାଇଁ ଲକ୍ଷ୍ନୌ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ  । ପୂର୍ବରୁ ପ୍ରିୟଙ୍କା ଅନେକ ଥର ରାଲି କରିଥିଲେ ବି ରାଜନୀତିରେ ବିଧିବଦ୍ଧ ଭାବେ ପ୍ରବେଶ ପରେ ଆଜି ପ୍ରିୟଙ୍କାଙ୍କ ପ୍ରଥମ ରାଲି  । ଲକ୍ଷ୍ନୌରେ ପ୍ରିୟଙ୍କା ଆଜି ପ୍ରଥମ ଥର ପାଇଁ ରୋଡ ସୋ କରିବେ  । ଦୀର୍ଘ ୧୫ କିଲୋମିଟର ପର୍ଯ୍ୟନ୍ତ ପ୍ରିୟଙ୍କା ରୋଡ଼ ସୋ କରି ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ  ।

ପ୍ରିୟଙ୍କା ଓ ରାହୁଲ

ଦ୍ୱିତୀୟ ଇନ୍ଦିରାଙ୍କୁ ରାଜନୀତିକୁ ଆଣିବାକୁ ବହୁ ଦିନରୁ ଦାବି ହେଉଥିଲା ଆଉ ଆଜି ପ୍ରିୟଙ୍କା ଫୁଲଟାଇମ ଏଣ୍ଟ୍ରି କରୁଥିବାରୁ ବେଶ ଜୋଶରେ ଅଛନ୍ତି କଂଗ୍ରେସ କର୍ମକର୍ତ୍ତା  । ତେବେ ୧୦ଟା ୪୦ରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ ପହଞ୍ଚୁଥିବା ବେଳେ ୧୧ଟା ୫ରେ ୧୫ କିଲୋମିଟରର ରୋଡ ସୋ ଆରମ୍ଭ ହେବ  । ପ୍ରିୟଙ୍କାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ମଧ୍ୟରେ ରାଲିରେ ସାମିଲ ହେବେ  । ତେବେ ଉତ୍ତର ପ୍ରଦେଶରେ ତିନି ଦିନ ସବୁ ଲୋକସଭା କର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ପ୍ରିୟଙ୍କା  । ଯୋଗୀ ଗଡ଼ରେ ପ୍ରିୟଙ୍କାଙ୍କ ବଡ଼ ପ୍ରବେଶ ପଦ୍ମକୁ ହଲଚଲ କରିଦେବ ବୋଲି ଚର୍ଚ୍ଚା ହେଉଛି  ।

Get real time updates directly on you device, subscribe now.

Comments
Loading...