News World Odisha
Current News Updates

ପଦ୍ମ ଗଡ଼ରେ ପ୍ରିୟଙ୍କା ପଟୁଆର…

0 174

Get real time updates directly on you device, subscribe now.

ରାଜଧାନୀ ରାସ୍ତାରେ ରାଜନୀତି । ସୋମବାର ସୋନିଆ ସନ୍ତାନଙ୍କ ସୁପର ସୋ’ଲକ୍ଷ୍ମୌ ସଡ଼କରେ କଂଗ୍ରେସ ଶୋଭାଯାତ୍ରା । ୧୨ କିଲୋମିଟର ଯାଏଁ ବଡ଼ ପଟୁଆର  । ସୋମବାର ଲକ୍ଷ୍ମୌ ସହର ଦେଖିଲା ସୁପର ସୋ’ । ପ୍ରିୟଙ୍କା, ରାହୁଲଙ୍କ ରୋଡ଼ ସୋ’ରେ ହାଉଯାଉ ହାତ  । ସବୁଠି ପ୍ରିୟଙ୍କା…ପ୍ରିୟଙ୍କା…ଆଉ ଅବ କି ବାର କଂଗ୍ରେସ ସରକାରର ନାରା  । କଂଗ୍ରେସ କର୍ମୀଙ୍କ ଗର୍ଜନରେ କମ୍ପୁଛି ଲକ୍ଷ୍ନୌ ସହର 

ପ୍ରିୟଙ୍କାଙ୍କୁ ଦେଖିବାକୁ ଗଳିକନ୍ଦି, ଛାତ ଉପରେ ଲୋକଙ୍କ ପ୍ରବଳ ଭିଡ଼  । କଂଗ୍ରେସ ମହାସଚିବ ଓ ପୂର୍ବ ୟୁପିର ପ୍ରଭାରୀ ହେବା ପରେ ପ୍ରିୟଙ୍କାଙ୍କ ଆଜି ପ୍ରଥମ ରୋଡ ସୋ  । ଏୟାରପୋର୍ଟରୁ ବାହାରିଥିବା ଶୋଭାଯାତ୍ରା କଂଗ୍ରେସ ଭବନ ଯାଏଁ ଯିବ  । ଆଉ ୟାରି ଭିତରେ ଦୀର୍ଘ ୧୨ କିଲୋମିଟର ଯାଏଁ ରୋଡ଼ ସୋ କରିବେ ସୋନିଆ ସନ୍ତାନ  ।

ଛକ ଛକରେ ରହି ରାହୁଲ ଦେଶର ଚୌକିଦାର ଉପରେ ଧୂମ ବର୍ଷୁଛନ୍ତି  । ଚୌକିଦାର ଚୋର… ନାରାରେ ଭାଷଣ ଆରମ୍ଭ କରି ଚୌକିଦାର ଚୋରରେ ଭାଷଣ ସାରୁଛନ୍ତି ରାହୁଲ  । ରାଫେଲ ଦୁର୍ନୀତି ନେଇ ରାହୁଲ ମୋଦିଙ୍କୁ ସିଧା ଟାର୍ଗେଟ କରୁଥିବା ବେଳେ  ଦେଶର ସୁରକ୍ଷାକୁ ମୋଦି ବିକି ଖାଇଥିବା ଅଭିଯୋଗ କରିଛନ୍ତି  । ଉତ୍ତର ପ୍ରଦେଶରେ ଚୋରଙ୍କ ସରକାର ଚାଲିଛି ତାଙ୍କ ସରକାର ହଟାଇ ଆମ ସରକାର ଆଣିବାକୁ ଆମେ ଶୋଇବୁନି ବୋଲି ରାହୁଲ ଦମ୍ଭ ଦେଖାଇଛନ୍ତି  । ତେବେ ପ୍ରିୟଙ୍କା ଗାନ୍ଧି ରୋଡ଼ ସୋ ପରେ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି  ।

Get real time updates directly on you device, subscribe now.

Comments
Loading...