News World Odisha
Current News Updates

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

0 414

Get real time updates directly on you device, subscribe now.

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁର ଗାଁରେ । ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି । ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ନିଜ ଝିଅ ସହିତ ବାପଘରେ ରହୁଥିଲେ । ଝିଅଟି ଘରେ ଏକୁଟିଆ ଥିବା ବେଳେ ପଡ଼ିଶା ଘରର ଜଣେ ଯୁବକ ଗଜି ବେହେରା ତାଙ୍କ ସହିତ ଦୁଷ୍କର୍ମ କରିଥିଲା ଓ ପରେ ଶ୍ୱାସଋଦ୍ଧ କରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମାଆ କାମରୁ ଫେରି ଝିଅର ମୃତଦେହ ଦେଖି ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଅଭିଯୁକ୍ତ ଗଜି ବେହେରା ଫେରାର ହୋଇଯାଇଛି ।

Get real time updates directly on you device, subscribe now.

Comments
Loading...