News World Odisha
Current News Updates

ଜିଇଁ ଥିବା ଯାଏଁ ଜମା ଛାଡ଼ିବିନି

0 123

Get real time updates directly on you device, subscribe now.

ପ୍ରେମ ପ୍ରତିଶ୍ରୁତିର ଅନ୍ୟ ଏକ ନାମ । ଯେଉଁଠି ପ୍ରେମ ସେଇଠି ପ୍ରତିଶ୍ରୁତି  । ବିନା ପ୍ରତିଶ୍ରୁତି, ବିନା ଭରସାରେ ପ୍ରେମର ସଜ୍ଞା କଣ ନିରୁପଣ କରିହେବ  । ନା ଜମ୍ମା ନୁହେଁ  । ସେଇଥିପାଇଁ ବୋଧେ ପ୍ରେମିକାଟି ତା ପ୍ରେମିକର ଛାତିରେ ଆଉଜି ପଡ଼ି ଭୁଲିନଯିବାକୁ ଅଳି କରେ  । ଆଉ ପ୍ରେମିକ ବି ତା ଚୁଲବୁଲି ପ୍ରିୟାର ପିଆଲାରେ ପ୍ରତିଶ୍ରୁତିର ଗାର ଟାଣି ଛାଡ଼ି ନଯିବାକୁ ଭରସା ଦିଏ  । ବୋଧେ ସେଇଥିପାଇଁ ପ୍ରେମୀଯୁଗଳମାନେ ପ୍ରମିଜ୍ ଡେ ପାଳନ କରନ୍ତି  ।

ଆଜି ଦିନଟି ପ୍ରେମୀ ଯୁଗଳଙ୍କ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିନଟିଏ । ଆଜି ଦିନରେ ଏମିତି ପ୍ରେମ ପକ୍ଷୀ ଦୁହେଁ ଦୁହିଁଙ୍କୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଯାହା ଜୀବନ ସାରା ପରସ୍ପରର ସାଥ୍ ଦେବା ପାଇଁ ହୋଇଥାଏ । ଭାଲେନଟାଇନ ସପ୍ତାହର ପଞ୍ଚମ ଦିନଟିକୁ ପ୍ରେମୀଯୁଗଳମାନେ ପ୍ରମିଜ୍ ଡେ ବା ପ୍ରତିଶ୍ରୁତିର ଦିନ ଭାବେ ପାଳନ କରିଥାନ୍ତି । ପ୍ରତିଶ୍ରୁତି ଯାହା ପଛରେ ଭବନା ରହିଥାଏ ତାକୁ ପୂରା କରିବାର । ପ୍ରତିଶ୍ରୁତି ଯାହାକୁ ଶୁଦ୍ଧ ମନରେ ଦିଆଯାଇଥାଏ  ଆଉ ଶୁଦ୍ଧତାର ସହ ପାଳନ କରାଯାଏ  । ଜୀବନ ସାରା ଖୁସିରେ ରଖିବାକୁ ପ୍ରତିଶ୍ରୁତି ଦିଆଦିଇ ହୁଅନ୍ତି ଉଭୟ  । ସାରା ଜୀବନ ଖୁସିରେ ରହିବାକୁ ବିନା ସନ୍ଦେହ, ବିନା ଝଗଡ଼ାରେ ସବୁ ଝଡ଼ଝଞ୍ଜାକୁ ସାମ୍ନା କରିବାକୁ ଏହି ଦିନ ହିଁ ପ୍ରତିଜ୍ଞା ନିଅନ୍ତି  ।

ତେବେ ଆପଣ ଯଦି ପ୍ରତିଶ୍ରୁତି ଦେଉଛନ୍ତି ତେହାଲେ ଆପଣାନ୍ତୁ କେତେକ ନିୟମ…

-ପ୍ରତିଶ୍ରୁତିର ପ୍ରଥମ ନିୟମ ହେଲା କୌଣସି ବି ପରିସ୍ଥିତିରେ ଦେଇଥିବା ପ୍ରତିଶ୍ରୁତି ନଭୁଲନ୍ତୁ

-ପ୍ରତିଶ୍ରୁତି ଏବଂ ଇଚ୍ଛା ବିନା ଜୀବନଟା ସତରେ ଅଧୁରା ରହିଥାଏ । ଆପଣ କୌଣସି ପରିସ୍ଥିତିରେ ଯଦି କାହକୁ କିଛି ପ୍ରତିଶ୍ରୁତି ଦେଉଛନ୍ତି , ତେବେ ତାକୁ ନିଭେଇବା ଆପଣଙ୍କ ଇଚ୍ଛା ନୁହେଁ ବରଂ କର୍ତ୍ତବ୍ୟ ହେବା ଦରକାର ବୋଲି ଭାବନ୍ତୁ  ।

-ଯଦି ଆମେ କାହାକୁ ପ୍ରତିଶ୍ରୁତି ଦେଉଛୁ ସେହି ପ୍ରତିଶ୍ରୁତିକୁ ଆମେ ନିଷ୍ଠାର ସହ ନିଭେଇବା ଦରକାର  ।

ତେବେ ପ୍ରତିଶ୍ରୁତି କେବଳ ପ୍ରେମୀଯୁଗଳଙ୍କ ପାଇଁ ହୋଇ ନଥାଏ ଏହା ଆପଣମାନେ ନିଜର ଅନ୍ତରଙ୍ଗ ବନ୍ଧୁ ପାଇଁ, ନିଜର ଭବିଶ୍ୟତ ପାଇଁ, ନିଜ କ୍ୟାରିୟର ପାଇଁ ନିଜେ ନିଜକୁ ପ୍ରତିଶ୍ରୁତି ଦେଇପାରିବେ ।

Get real time updates directly on you device, subscribe now.

Comments
Loading...