News World Odisha
Current News Updates

ଜାଣନ୍ତୁ କିଏ ଦେଉଛି କେତେ ଡାଟା !

0 712

Get real time updates directly on you device, subscribe now.

ଅଫର ପାଇଁ ଚାଲିଛି ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା । କିଏ ଗ୍ରାହକଙ୍କୁ କମ୍ ପଇସାରେ ଅଧିକ ସେବା ଦେଇପାରିବ । ଜିଓ ଆସିବା ପରେ ବଜାର ତ ସହଜେ ଗରମ ରହିଛି । କିନ୍ତୁ ମଝିରେ ମଝିରେ ଏହି ପ୍ରତିଯୋଗିତା ହଠାତ୍ ବଢ଼ିଯାଉଛି । ଗ୍ରାହକଙ୍କୁ କିଏ ଅଧିକ ଆକର୍ଷଣୀୟ ଅଫର ଯୋଗାଇ ଦେଉଛି । ଏୟାରଟେଲ, ଜିଓ ନା ଭୋଡାଫୋନ  । ୨୮ଦିନର ଭାଲିଡିଟି ସହ କୋଉ କମ୍ପାନୀ ଗ୍ରାହକକୁ କେତେ ଡାଟା ଦେଉଛନ୍ତି ସେ ସଂପକର୍ରେ ଦେଖନ୍ତୁ ଏହି ରିପୋର୍ଟ….

ଏୟାରଟେଲର ୨୪୯ ପ୍ୟାକ୍ ଏବଂ ୩୪୯ ରିଚାର୍ଜ ପ୍ୟାକ୍- ଯେଉଁମାନେ ୨୮ ଦିନ ପାଇଁ ଦିନିକିଆ ଅଧିକ ଡାଟା ଚାହୁଁଛନ୍ତି ସେମାନଙ୍କ ପାଇଁ ଏୟାରଟେଲର ୨୪୯ ଟଙ୍କା ପ୍ଲାନଟି ଲାଭଦାୟକ । ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ମିଳୁଥିବା ବେଳେ ଅନଲିମିଟେଡ ଭଏସ୍ କଲ ଓ  ୧୦୦ ଏସ୍ଏମ୍ଏସ୍ ଫ୍ରି ରହିଛି। ଏୟାରଟେଲର ଦ୍ୱିତୀୟ ଅଫରଟି ହେଉଛି ୩୪୯ ଟଙ୍କା ରିଚାର୍ଜରେ ୩ ମାସ ପାଇଁ ଦୈନିକ ୨ ଜିବି ଡାଟା ସହ ଫ୍ରି ଭଏସ୍ କଲ୍ ଏବଂ ୧୦୦ ଏସଏମଏସ ଫ୍ରି ।

ରିଲାଏନ୍ସ ଜିଓର ୨ଜିବି ୩ଜିବି ୪ଜିବି ଏବଂ ୫ଜିବି ଅଫର- ଜିଓର ୧୯୮ ଟଙ୍କା ରିଚାର୍ଜ ପ୍ଲାନ ଦୈନିକ ୨ଜିବି ଡାଟା ସହିତ ଅନଲିମିଟେଡ ଭଏସ୍ କଲ୍ ଏବଂ ୧୦୦ଟି ଏସଏମଏସ ଫ୍ରି ରହିଛି । ୨୯୯ ଟଙ୍କା ପ୍ରିପେଡ ପ୍ଲାନରେ ୨୮ ଦିନର ଭାଲିଡିଟି ସହ  ଫ୍ରି ଭଏସ୍ କଲ୍ ସହ ଦୈନିକ ୩ଜିବି ଡ଼ାଟା ରହିଥିବା ବେଳେ ୫୦୯ ଟଙ୍କା ପ୍ରିପେଡ ପ୍ଲାନରେ ଦୈନିକ ୪ଜିବି ଡାଟା ରହିଛି । ଆହୁରି ମଧ୍ୟ ୭୯୯ ପ୍ରିପେଡ ପ୍ଲାନ ରିଚାର୍ଜରେ ଆପଣ ଦୈନିକ ୧୪୦ ଜିବି ଡାଟା ପାଇପାରିବେ । ଯେଉଁମାନେ ଦିନକୁ ଅଧିକ ଡାଟା ଆବଶ୍ୟକ କରୁଛନ୍ତି ସେମାନଙ୍କ ପାଇଁ ଏହି ଅଫରଟି ଲାଭଦାୟକ ହୋଇପାରିବ ।

ଭୋଡାଫୋନର ୨୫୫ ଟଙ୍କା, ୩୪୯ ଟଙ୍କା, ୫୪୯ ଟଙ୍କା ଏବଂ ୭୯୯ ଟଙ୍କା ପ୍ରିପେଡ ରିଚାର୍ଜ ପ୍ଲାନ-ଭୋଡାଫୋନର ୨୫୫ ଟଙ୍କା ରିଚାର୍ଜ ପ୍ଲାନ ଆପଣଙ୍କୁ ଦୈନିକ ୨ ଜିବି ଡାଟା ସହିତ ଭଏସ୍ କଲ୍, ୧୦୦ ଏସଏମଏସ ଫ୍ରି ରହିଛି। ସେହିପରି ୩୪୯ ପ୍ରିପେଡ୍ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ଫ୍ରି ଭଏସ୍ କଲ୍ ଓ ୧୦୦ ଏସଏମ୍ଏସ୍ ସାଙ୍ଗକୁ ଦୈନିକ ୩ ଜିବି ୪ଜି ଡାଟା ରହିଛି । ସେହିପରି ୫୪୯ ପ୍ଲାନରେ ଫ୍ରି ଭଏସ୍ କଲ୍ ସହ ଦୈନିକ ୩.୫ ଜିବି ଡାଟା ଓ ୭୯୯ ରିଚାର୍ଜ ପ୍ଲାନରେ ଦୈନିକ ୪.୫ ଜିବି ଡାଟା ମିଳିବ ।

Get real time updates directly on you device, subscribe now.

Comments
Loading...