News World Odisha
Current News Updates

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍:ଶୁକ୍ରବାର ଭାରତୀୟ ଦଳ ଘୋଷଣା

0 578

Get real time updates directly on you device, subscribe now.

ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସୀମତ ଓଭର ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହେବ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦୁଇଟି ଟି-୨୦ ଓ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଦଳ ଚୟନ କରିବେ ବୋଲି ଆଶା କରାଯାଉଛି। ଏହି ସିରିଜ ପରେ ଇଂଲଣ୍ଡରେ ମେ ୩୦ ତାରିଖରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଅବଶ୍ୟ ଏହି ସିରିଜ ପରେ ଆଇପିଏଲ ଖେଳାଯିବ। ଏହି ସିରିଜରେ ଭାରତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବ। ତେବେ ଅଷ୍ଟ୍ରେଲିଆକୁ ଯେପରି କୌଣସି ସୁବିଧାଜନକ ସ୍ଥିତି ନ ମିଳେ ସେ ନେଇ ଚୟନକର୍ତ୍ତାମାନେ ଧ୍ୟାନ ଦେବେ । ଗତ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ଆଡକୁ ଅଧିନାୟକ ବିରାଟ କୋହଲିଙ୍କୁ ଯେପରି ବିଶ୍ରାମ ଦିଆଯାଇଥିଲା, ସେହିପରି ଓପନର ରୋହିତ ଶର୍ମାଙ୍କୁ କେତୋଟି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ବିଶ୍ୱକପ୍‌ ପୂର୍ବରୁ ଏହି ସରିଜ୍‌ ଅନ୍ତିମ ସିରିଜ ହୋଇଥିବାରୁ ଭାରତ ଅଷ୍ଟ୍ରେଲିଆକୁ ଆଦୌ ହାଲକା ଭାବେ ନେବ ନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ କୁହାଯାଇଛି। ଯଶପ୍ରୀତ ବୁମ୍‌ରା ଏହି ସିରିଜରେ ଦଳକୁ ବ୍ୟାକ୍ କରିପାରନ୍ତି । ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ସୁଯୋଗ ଦିଆଯିବ ଓ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି। ଆଇପିଏଲ ଖେଳିବା ବେଳେ ମଧ୍ୟ କ୍ରିକେଟରଙ୍କ ପଦର୍ଶନକୁ ଲକ୍ଷ୍ୟ କରାଯିବ ବୋଲି କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ଏ ସଂକ୍ରାନ୍ତରେ ଆମେ ବିସିସିଆଇ ସମେତ ପ୍ରଶାସକ କମିଟି ସହିତ ଯୋଗାଯୋଗ ରକ୍ଷା କରିଛୁ । ବିଶ୍ୱକପ୍‌ ପାଇଁ ଶ୍ରେଷ୍ଠ ଦଳ ଚୟନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments
Loading...