News World Odisha
Current News Updates

ସିଂହ ଆସୁଛନ୍ତି ସୁରକ୍ଷା ସାଜି… ଗୁଇନ୍ଦାଗିରି କରିବେ ଦବଙ୍ଗ ଅଫିସର

0 19,557

Get real time updates directly on you device, subscribe now.

କ୍ରାଇମ କ୍ୟାପିଟାଲରୁ ସିଏମଙ୍କ ସୁରକ୍ଷାକବଚ ।  ଅପରାଧର ଉପତ୍ୟକାରୁ ଏକାମ୍ରକ୍ଷେତ୍ର । ବ୍ରହ୍ମପୁରରୁ ଆସୁଛନ୍ତି ସୁପର କପ୍ ଆଶିଷ ସିଂହ । ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଆଉ ଆଶିଷ ସିଂହଙ୍କୁ ମିଳିଛି ବଡ଼ ଦାୟିତ୍ବ  । ବଡ଼ ବଡ଼ ଅପରାଧୀଙ୍କ ନିଦ ହଜାଇ ଦେଇଥିବା ଆଶିଷ ସିଂହ ଆସୁଛନ୍ତି ନବୀନ ନିବାସ  । ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ । ଏଣିକି ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସୁରକ୍ଷା ଦାୟିତ୍ୱର ଭାର ଆଶିଷଙ୍କ ମୁଣ୍ଡ ଉପରେ  ।

ଆଶିଷ ସିଂହ, ଡିଆଇଜି ଗୁଇନ୍ଦା ବିଭାଗ

ଆଶିଷ… ଅପରାଧୀଙ୍କ ପାଇଁ ନାମ ହି କାଫି । କ୍ରାଇମର ଗଡ଼ ଗଞ୍ଜାମରେ ଆଶିଷ ଆସିବା ପରେ ଅପରାଧ ଅପସରି ଯାଇଛି  । ଆଶିଷଙ୍କୁ ଦେଖିଲେ ଅପରାଧୀଙ୍କ ଆଖିରୁ ନିଦ ଉଭେଇ ଯାଇଛି, ଆଉ ତାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ଛାତି ଧଡ଼ପଡ଼ ହୋଇଛି  । ଚୋର, ଡକାୟତ, ଗ୍ୟାଙ୍ଗଷ୍ଟର ହୁଅନ୍ତୁ ଅବା ମଦ ମାଫିଆଙ୍କ ନାଲି ଆଖିର ଧମକ ଆଉ ଗୁଳି, ଭୁଜାଲୀର ଭୟକୁ ଫୁ କରି ଅପରାଧୀଙ୍କୁ ଜବାବ ଦେଇଛନ୍ତି ଆଶିଷ। ସିରିଜ୍ ଏନକାଉଣ୍ଟର କରି ବେଶ ଚର୍ଚ୍ଚାରେ ଥିବା ଆଶିଷ ଜିଲ୍ଲାର ଅପରାଧ ହାରକୁ ୬୦ ପ୍ରତିଶତ କମାଇଛନ୍ତି । ତେବେ ଖୁବ ଚର୍ଚ୍ଚାରେ ଥିବା ଆଶିଷଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରଖାଯାଇଛି  ।

        ୨୦୦୪ ବ୍ୟାଚର ଏହି ଆଇପିଏସ ଅଫିସର ଓଡ଼ିଶା କ୍ୟାଡରର  । ୧୯୮୦ ମସିହା ମାର୍ଚ୍ଚ ୫ ତାରିଖରେ ଉତ୍ତରପ୍ରଦେଶ ଆଜମଗଡ଼ରେ ଜନ୍ମ ହୋଇଥିଲେ ଆଶିଷ  । ତେବେ ୟୁପିରେ ଜନ୍ମ ହୋଇଥିବା ଆଶିଷ ଓଡ଼ିଶାରେ କର୍ମ କ୍ଷେତ୍ର ତିଆରି କରିଥିବା ବେଳେ ସ୍ପଷ୍ଟ ଭାବେ ଓଡ଼ିଆ କହିପାରନ୍ତି । ନିଜର ଦକ୍ଷତା ପାଇଁ ବେଶ ଚର୍ଚ୍ଚାରେ ଥିବା ଆଶିଷଙ୍କୁ ୨୦୧୬ ମାର୍ଚ୍ଚରେ ଗଞ୍ଜାମ ଏସପି ଭାବେ ଦାୟିତ୍ବ ଦିଆଯାଏ । ଆଉ ତାପରେ ଆକ୍ସନମୋଡ଼କୁ ଆସନ୍ତି ଆଶିଷ । ତେବେ ଏହା ପୂର୍ବରୁ କେନ୍ଦୁଝର, ରାଉରକେଲା ଓ ପୁରୀ ଭଳି ସମ୍ବେଦନଶୀଳ ଜିଲ୍ଲାରେ ଦବଙ୍ଗଗିରି ଦେଖାଇ ଖୁବ୍ ଚର୍ଚ୍ଚା ବି ସାଉଁଣ୍ଟିଥିଲେ ।

ନିର୍ବାଚନକୁ ମାତ୍ର ୬୦ ଦିନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି  । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଘନଘନ ଗସ୍ତ କରୁଥିବାରୁ ତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି  । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେମିତି ପାନରୁ ଚୂନ ନ ଖସେ ସେଥିପାଇଁ ଦବଙ୍ଗ ଅଫିସର ଆଶିଷଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସହ ଟିକନିଖ କଥା ବୁଝିବେ ଆଶିଷ ।

Get real time updates directly on you device, subscribe now.

Comments
Loading...