News World Odisha
Current News Updates

କମିବ ବାଲେଶ୍ବର- ଭୋଗରାଇ ଦୂରତା

0 269

Get real time updates directly on you device, subscribe now.

ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଳସାରୀ ପଡ଼ିଆ ହେଲିପ୍ୟାଡରୁ ସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ତାଳସାରୀ ମହୋତ୍ସବ ଉଦଘାଟନ କରିଥିଲେ । ଭୋଗରାଇ-ବାଲେଶ୍ବରର ଦୂରତା କମ୍‌ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣରେଖା ନଦୀ ଉପରେ ୨୦୦ କୋଟି ବ୍ୟୟରେ ପନ୍ତେଇଠାରେ ଖୁବଶୀଘ୍ର ସେତୁ ନିର୍ମାଣ ହେବ। ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସୁବର୍ଣ୍ଣରେଖାର ବିକାଶ ପାଇଁ କେନ୍ଦ୍ର କୈାଣସି କାର୍ଯ୍ୟକ୍ରମ ହାତକୁ ନେଇ ନଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ବାଲେଶ୍ବର-ଦୀଘା ରେଳଲାଇନ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ….

Get real time updates directly on you device, subscribe now.

Comments
Loading...