News World Odisha
Current News Updates

ପାଠରୁ ପାଉଡ଼ର: ବ୍ରାଉନସୁଗାର ବିକୁଛନ୍ତି ବି.ଟେକ୍ ଛାତ୍ର

0 72

Get real time updates directly on you device, subscribe now.

ପିଲାମାନେ କଲେଜରେ କେବଳ ପାଠ ପଢୁଛନ୍ତି ଭାବି ଖୁସି ହେଉଥିବା ବାପା ମାଆ ମାନେ, ଏବେ ସାବଧାନ ହେବାର ବେଳ ଆସିଛି। କିଏ ଜାଣେ, ଆପଣ ମାନଙ୍କ ଅଗୋଚରରେ ଆପଣଙ୍କ ଛୁଆ କୋଣସି ଡ୍ରଗ୍ସ ର‍୍ୟାକେଟର ଶିକାର ହୋଇ ନଥିବ । ରାଜଧାନୀରେ ଏଭଳି ଜଣେ ବି-ଟେକ୍ ଛାତ୍ରଙ୍କୁ ବ୍ରାଉନ ସୁଗାର ସହ ଗିରଫ କରିଛି ଅବକାରୀ ବିଭାଗ।

ରାଜଧାନୀରେ ଧଳଜହରର ଧନ୍ଦା। ବନ୍ଦ ହେଉନି ବ୍ରାଉନ ସୁଗାର କାରବାର। ବେପାରୀଙ୍କ ଟାର୍ଗେଟରେ ଏବେ ପାଠ ପଢୁଆ ଛାତ୍ର । ପ୍ରୀତିଶ ପଟ୍ଟନାୟକ। ଘର ବେଗୁନିଆ ନୂଆ ବଜାର।  ବି-ଟେକ ଛାତ୍ରରୁ ବନିଗଲେ ବ୍ରାଉନ ସୁଗାର ବେପାରୀ। ବିନା ପରିଶ୍ରମରେ ଟଙ୍କା ରୋଜଗାର ନିଶା କରିଦେଲା ପେଶା। ପ୍ରୀତିଶଙ୍କ ଟାର୍ଗେଟରେ ଥିଲା ବାଣୀ ବିହାର ଓ ସାଲିଆ ସାହି ପାଖ ଫାର୍ମାସିଷ୍ଟ କଲେଜ। ଧଳା ପାଉଡ଼ର ଅର୍ଡର ଦେଲେ ବାଇକରେ ନେଇ ଡେଲିଭରି କରୁଥିଲା ପ୍ରୀତିଶ। ଆଜି ବେପାର କରୁଥିବା ବେଳେ ଭୁବନେଶ୍ବରରୁ ପ୍ରୀତିଶକୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ।  ୮୩ ଗ୍ରାମ୍ ବ୍ରାଉନ ସୁଗାର ଓ ବାଇକ ମଧ୍ୟ ଜବତ ହୋଇଛି ।  ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।ବ୍ରାଉନସୁଗାର ବେପାରରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଏହାର ଚେର ଜଳେଶ୍ବରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୩ ଦିନ ତଳେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ନିଶା ଖାଇବାକୁ ପୂର୍ବରୁ ଇଞ୍ଜିନିୟରିଂ ଛାତ୍ରଙ୍କୁ ଟାର୍ଗେଟ କରାଯାଉ ଥିବାବେଳେ ଏବେ ସେମାନଙ୍କୁ ବେପାରରେ ବିନିଯୋଗ କରିବା ଆରମ୍ଭ କରିଛନ୍ତି ଦଲାଲ ।

ପ୍ରୀତିଶଙ୍କ ପରି ଅନେକ ଯୁବପିଢିଙ୍କୁ ବ୍ରାଉନସୁଗାର ଯୋଗାଇବା ପଛରେ କାହା ହାତ ରହୁଛି, ଜଳେଶ୍ବରରୁ ଖୋର୍ଦ୍ଧା ଲିଙ୍କରେ କିଏ କିଙ୍ଗପିନ୍‌, ସେମାନଙ୍କୁ ଠାବ କରିବା ଏବେ ଅବକାରୀ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ।

Get real time updates directly on you device, subscribe now.

Comments
Loading...