News World Odisha
Current News Updates

ସାକ୍ଷୀ,ଅନୁଷ୍କାଙ୍କ କ୍ଲାସମେଟ୍ ଅର୍କେଶ

0 14,385

Get real time updates directly on you device, subscribe now.

ଓଡିଶା ଆସିବେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ବଲାଙ୍ଗୀର ଯୁବରାଜଙ୍କ କ୍ରିକେଟ ଲିଙ୍କ। ଖୁବଶୀଘ୍ର ଓଡ଼ିଶା ଆସି ପାରନ୍ତି ଧୋନୀ ଓ କୋହଲି। ଠିକ୍‌ ଶୁଣିଛନ୍ତି, ଆମେ କହୁଛୁ ପୂର୍ବତନ ସାଂସଦ ତଥା ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ଓ ଭାରତୀୟ କ୍ରିକେଟ ଟିମ୍‌ର ଏହି ଦୁଇ ମ୍ୟାଚ ଓ୍ବାନରଙ୍କ ସଂପର୍କର କଥା। ଧୀରେ ଧୀରେ ସକ୍ରିୟ ରାଜନୀତିରେ ପ୍ରବେଶ କରୁଥିବା ଅର୍କେଶ ଯେ ଭାରତୀୟ କ୍ୟାପଟେନଙ୍କ ପତ୍ନୀଙ୍କ ବାଲ୍ୟ ବନ୍ଧୁ, ସେ କଥା ହୁଏତ ବହୁ କମ୍‌ ଲୋକ ଜାଣିଥିବେ। ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସାଙ୍ଗ ହେଉଛନ୍ତି ଅର୍କେଶ। କେବଳ ଏତିକି ନୁହେଁ, ପୂର୍ବତନ କ୍ୟାପେଟନ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଅର୍କେଶଙ୍କ ବାଲ୍ୟ ବନ୍ଧୁ। ଗୋଟାଏ ଟିଭି ଇଣ୍ଟରଭ୍ୟୁରେ ଅନୁଷ୍କା ଓ ସାକ୍ଷୀ କ୍ଲାସମେଟ ବୋଲି ଜାଣିବାକୁ ମିଳିଥିଲା। ଉଭୟ ଡେରାଡୁନର ଓ୍ବେଲେନ୍‌ ଗର୍ଲସ୍‌ ସ୍କୁଲରେ ଏକାଠି ପଢୁଥିଲେ। ସେ ସମୟରେ ଅର୍କେଶ ମଧ୍ୟ ଡେରାଡୁନରେ ରହି ଡୁନ୍‌ ସ୍କୁଲରେ ଶିକ୍ଷା ଲାଭ କରୁଥିଲେ। ଏମାନେ ୨୦୦୪ ରେ ଏକାଠି ମ୍ୟାଟ୍ରିକ୍‌ ପାସ୍‌ ହୋଇଥିଲେ। ୨୦୧୩ର ବନ୍ଧୁ ମିଳନର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହୁଏତ ଧୋନୀ ଓ କୋହଲିଙ୍କ ସହ ବହୁ କମ୍‌ ଥର ସାକ୍ଷାତ ହୋଇଛନ୍ତି ଅର୍କେଶ, ହେଲେ ଅନୁଷ୍କା ଓ ସାକ୍ଷୀଙ୍କ ସହ ବନ୍ଧୁତ୍ବ ଏବେ ବି ନିବିଡ ରହିଛି। ଏମାନଙ୍କ ସହଯୋଗରେ ବଲାଙ୍ଗୀରରେ କ୍ରିକେଟ ଏକାଡେମୀ ଖୋଲିବା ଯୋଜନା ରଖିଛନ୍ତି ଅର୍କେଶ।

Get real time updates directly on you device, subscribe now.

Comments
Loading...