News World Odisha
Current News Updates

ଆପେ ଆପେ ଖୋଲିବ ହୀରାକୁଦ ଗେଟ୍

0 355

Get real time updates directly on you device, subscribe now.

ସ୍ବୟଂଚାଳିତ ହେବ ହୀରାକୁଦ । ରିମୋଟ୍‌ କଣ୍ଟ୍ରୋଲରେ ଖୋଲିବ ଗେଟ୍‌ । ଖୁବ୍‌ ଶୀଘ୍ର ସ୍ବୟଂଚାଳିତ ହେବ ଡ୍ୟାମର ସମସ୍ତ ଗେଟ୍‌ । ଏନେଇ ରାଜ୍ୟ ସରକାର ସର୍ଭେ କରିବା ସହ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗେଟ୍‌ ସ୍ବୟଂଚାଳିତ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବେ କେନ୍ଦ୍ରୀୟ ଜଳ କମିଶନ ଏବଂ ବିଶ୍ବବ୍ୟାଙ୍କ ।  କେଉଁ ସଂସ୍ଥା କାମ କରିବ, ସେନେଇ ବିଚାର ବିମର୍ଷ ଚାଲିଛି ।

ହୀରାକୁଦ ଡ୍ୟାମକୁ ସ୍ବୟଂଚାଳିତ କରିବା ସହ ରାଜ୍ୟର ଯନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବ । ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଲାଗି ଏହାର ଜଳ ନିଷ୍କାସନ କ୍ଷମତା ୨୪ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯିବ । ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚରେ ସାଢେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ଲାଗି ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨ ବର୍ଷ ମଧ୍ୟରେ କାମ ଶେଷ ହେବ । ଆଉ ସାଢେ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ବ୍ୟବସ୍ଥା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ସେପଟେ ହୀରାକୁଦ ସଂପୂର୍ଣ୍ଣ ବିପଦମୁକ୍ତ । ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ଆହୁରି ୭୦ ବର୍ଷ ପର୍ଯ୍ୟନ୍ତ ଏହା ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଜଳ ସଂପଦ ସଚିବ ।

ଭୁବନେଶ୍ବରରେ ଦୁଇଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବନ୍ଧ ସୁରକ୍ଷା ସମ୍ମିଳନୀରେ ହୀରାକୁଦ ନଦୀବନ୍ଧର ଭିତ୍ତିଭୂମି ଓ ସୁରକ୍ଷା ନେଇ ଆଲୋଚନା ହୋଇଛି । ସମ୍ମିଳନୀରେ କେନ୍ଦ୍ର ଜଳ ସମ୍ପଦ ସଚିବଙ୍କ ସମେତ ୩୫ ଟି ଦେଶର ଶତାଧିକ ବୈଜ୍ଞାନିକ, ବିଶେଷଜ୍ଞ ଯ଼ୋଗ ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...