News World Odisha
Current News Updates

ଉତ୍ତର ଓଡ଼ିଶାକୁ ନବୀନଙ୍କ ଆହ୍ବାନ୍

0 147

Get real time updates directly on you device, subscribe now.

ବାଲେଶ୍ବରରେ ବିଜୁ ଯୁବ ବାହିନୀର ଉତ୍ତର ଓଡିଶା କନକ୍ଲେଭ୍‌ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପିତ ହେବାକୁ ଯାଉଛି । ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ବାର୍ଷିକ ଏହାର ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ ହୋଇଛି । ଏହାଯୋଗୁଁ ୧୨ ହଜାର ନିଯୁକ୍ତି ମିଳିବ । ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବେ ।

Get real time updates directly on you device, subscribe now.

Comments
Loading...