News World Odisha
Current News Updates

ବାପା ମା’ଙ୍କ ବିନା ଇଚ୍ଛାରେ ବାହା ହେବୁନି

0 476

Get real time updates directly on you device, subscribe now.

ଭାଲେଣ୍ଟାଇନ୍ ଡେ’ରେ ବଡ଼ ନିଷ୍ପତ୍ତି । ଭଲ ପାଇ ବାହା ହେବୁୁନି । ବାପା ମା’ଙ୍କ ଇଚ୍ଛାରେ ବାହା ହେବୁ । ଆଜି ଏଭଳି କିଛି ଭିନ୍ନ ଶପଥ ନେବେ ଦଶ ହଜାର ଛାତ୍ରଛାତ୍ରୀ । ପିତାମାତାଙ୍କ ବିନା ଅନୁମତିରେ କରିବେ ନାହିଁ ପ୍ରେମ ବିବାହ ।

ଆଜି ଭାଲେଣ୍ଟାଇନ୍ ଡେ’। ପ୍ରେମ ପାଗଳ-ପାଗଳୀଙ୍କ ପାଇଁ ଦିନଟିଏ। ସାରା ଦୁନିଆର ପ୍ରେମୀଯୁଗଳ ପ୍ରେମ ରଙ୍ଗରେ ମସଗୁଲ ହେବେ।କଥା ଦିଆନିଆଠାରୁ ବିବାହ ପର୍ଯ୍ୟନ୍ତ ଅନେକ କଥା ଉଠିବ।କିନ୍ତୁ,ଗୁଜୁରାଟ ସୁରତ ଅଞ୍ଚଳର କିଛି ତରୁଣ ତରୁଣୀଙ୍କ ଜୀବନରେ ଆଜିର ଦିନଟି ସବୁଦିନ ପାଇଁ ଅଭୁଲା ହୋଇ ରହିବ।ନିଜ ପ୍ରେମକୁ ବାସ୍ତବତାରେ ପରିଣତ କରିବାକୁ ଚାହିଁଲେ ଏମାନେ ପ୍ରଥମେ ନିଜ ଅଭିଭାବକଙ୍କ ସ୍ବୀକୃତି ନେବା ଲାଗି ଆଜି ଶପଥ ନେବେ  ।

ପିତା ମାତାଙ୍କ ସହମିତ ବିନା ଏମାନେ ପ୍ରେମ ବିବାହ କରିବେ ନାହିଁ ସ୍ବେଚ୍ଛାସେବୀ ସଂଗଠନ ‘ହାସ୍ୟମେବ ଜୟତେ’ ଏହି ନିଆରା ଶପଥ ଗ୍ରହଣ ଉତ୍ସବର ମୁଖ୍ୟ ଆୟୋଜକ  । ଏକା ସାଙ୍ଗରେ ପ୍ରାୟ ପନ୍ଦରଟି ସ୍କୁଲ ଓ କଲେଜରେ ଏହି ଉତ୍ସବ ପାଳନ କରାଯିବ  । ଶପଥ ନେବା କାହାରି ପାଇଁ ବାଧ୍ୟତାମୂଳକ ନୁହେଁ,ସ୍ବେଚ୍ଛାକୃତ  । ପାଖାପାଖି ଦଶ ହଜାର ତରୁଣ ତରୁଣୀ ଏହି ଶପଥ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି  । ପ୍ରେମ ବିବାହର ସଫଳତା ଏବଂ ଏପରି ବିବାହରେ ପିତାମାତାଙ୍କ ଭୂମିକାକୁ ଅଗ୍ରାଧିକାର ମିଳିବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Comments
Loading...