News World Odisha
Current News Updates

ଓଡ଼ିଆ ପୁଅ କମ୍ପାନୀରେ ଚାଇନା ପୁଞ୍ଜି

0 1,032

Get real time updates directly on you device, subscribe now.

ଓଡିଆ ପୁଅଙ୍କ କମ୍ପାନୀରେ ଚାଇନାର ପୁଞ୍ଜି ନିବେଶ । ଲୋକଙ୍କୁ ଆତିଥ୍ୟ ଯ଼ୋଗାଉଥିବା ଭାରତର ସର୍ବବୃହତ  ହସ୍ପିଟାଲିଟି କମ୍ପାନୀ ‘ଓୟୋ’ରେ ପୁଞ୍ଜି ବିନିଯ଼ୋଗ କରିଛି ଚାଇନା ।  ଓଡ଼ିଶାର ଯ଼ୁବ ଉଦ୍ୟୋଗପତି ରୀତେଶ ଅଗ୍ରୱାଲଙ୍କ ପ୍ରତିଷ୍ଠିତ ‘ଓୟୋ’ କମ୍ପାନୀରେ  ୭୦୦ କୋଟି ଟଙ୍କା ବିନିଯ଼ୋଗ କରିଛି ଚାଇନା କମ୍ପାନୀ ଡିଡି ଚକ୍ସିଂ । ଚୀନ ଓ ଭାରତରେ ବ୍ୟବସାୟ କ୍ଷେତ୍ରରେ ବ୍ୟବହୃତ ହେବ ପୁଞ୍ଜି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟାର୍ଟଅପ କମ୍ପାନୀ ‘ଓୟୋ’ ବିଭିନ୍ନ ରାଷ୍ଟ୍ରରେ ହୋଟେଲ ଓ ଆତିଥ୍ୟ ସେବା ଯ଼ୋଗାଉଛି ।

୨୦୧୨ ମସିହାରେ ମାତ୍ର ୧୮ ବର୍ଷ ବୟସରେ ପ୍ରଥମେ ଓରାଭେଲ୍‌ ଷ୍ଟେସ୍‌ ଓ୍ବବସାଇଟ ଲଞ୍ଚ କରି କାମ ଆରମ୍ଭ କରିଥିଲେ ରୀତେଶ । ପରେ ୨୦୧୩ ରେ ସେ ‘ଓୟୋ’ ନାଁ ପ୍ରସାର କରିଥିଲେ । ପରେ ପରେ ଦେଶ ବିଦେଶରେ ପ୍ରତିଷ୍ଠିତ ହେବା ସହ ସର୍ବବୃହତ ଆତିଥ୍ୟ ସେବା କମ୍ପାନୀ ଭାବେ ଉଭା ହୋଇଛି । ଓୟୋ  ଭାରତ ସହ ମାଲେସିଆ, ୟୁଏଇ, ନେପାଳ, ଚାଇନା ଓ ଇଣ୍ଡେ।ନେସିଆର ୩୩୭ ଟି ସହରରେ ୮,୫୦୦ ହୋଟେଲ ସହ ସହ-ବନ୍ଧିତ ରହିଛି । ନିଜର ଗୋଟିଏ ବି ହୋଟେଲ ନଥିଲେ ମଧ୍ୟ ଆପ୍‌ ମାଧ୍ୟମରେ ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ ହୋଟେଲକୁ ଗୋଟିଏ ଚେନ୍‌ରେ ଯ଼ୋଡ଼ିଛନ୍ତି ସେ।  ଅନ୍‌ ଲାଇନ ମାଧ୍ୟରେ ଲୋକଙ୍କୁ ଶସ୍ତାରେ ହୋଟେଲ ରୁମ୍‌ ଯ଼ୋଗାଇଦେବାରେ ଓୟୋ ବେଶ ସୁଖ୍ୟାତି ଲାଭ କରିଛି । 

Get real time updates directly on you device, subscribe now.

Comments
Loading...