News World Odisha
Current News Updates

ଇଲେକ୍ସନ କମିଶନଙ୍କ ନିର୍ବାଚନ କସରତ

0 212

Get real time updates directly on you device, subscribe now.

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧି । ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌ ଭୁବନେଶ୍ବରରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସ୍‌ପି, ଆର୍‌ଡିସି, ରେଞ୍ଜ ପୋଲିସ୍‌ ଆଇଜି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ଚାଲିଛି । ନିର୍ବାଚନ କମିଶନଙ୍କ ପ୍ରତନିଧିଙ୍କୁ ଭେଟିବା ପରେ ବିଜେଡି IT ସେଲ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି, ବିଜେପୁର ଉପ-ନିର୍ବାଚନରେ ବିଜେପି ଯେଭଳି ହିଂସାକାଣ୍ଡ ଘଟାଇଥିଲା, ତାର ପୁନରାବୃତ୍ତି ନ ହେଉ । ପେଟ୍ରୋଲ ପମ୍ପରେ ଟଙ୍କା ହୋର୍ଡିଂକୁ ବନ୍ଦ କରାଯାଉ । ସୋସିଆଲ ମିଡିଆରେ ନେତାଙ୍କ ଚରିତ୍ର ସଂହାର ଓ ଅପପ୍ରଚାର ବନ୍ଦ କରାଯାଉ । ଦଙ୍ଗା ଅଞ୍ଚଳକୁ ଠିକ୍‌ରେ ଚିହ୍ନଟ କରାଯାଇ ତାରକା ଓ ଅଣ-ତାରକା ପ୍ରଚାରକଙ୍କ ଖର୍ଚ୍ଚକୁ ଅଲଗା କରାଯାଉ , ଅଣ-ତାରକା ପ୍ରଚାରକଙ୍କ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶାଯାଉ ବୋଲି ଅମର ପଟ୍ଟନାୟକ କହିଛନ୍ତି ।

ହେଲିକପ୍ଟର ପ୍ରଚାର ଖର୍ଚ୍ଚର ସବିଶେଷ ତଥ୍ୟ ମଗାଯାଉ ବୋଲି ସେ ECI ଟିମ୍‌କୁ ଭେଟି କହିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ଓ ବାହୁବଳର ବ୍ୟବହାର ହେଉଛି । ଏହାର ପ୍ରତିକାର ପାଇଁ କମିଶନଙ୍କୁ ଜଣାଇଛୁ। ସେହିପରି ରାଜନୈତିକ ହିଂସା , ସରକାରୀ କଳ ଓ ସରକାରୀ କର୍ମଚାରୀଙ୍କୁ ଶାସକ ଦଳର ଅପବ୍ୟବହାର ଓ ଲୋଭନୀୟ ସ୍କିମ୍‌ ଦେଖାଇ ଭୋଟର ପ୍ରଲୋଭିତ କରାଯାଉଥିବା ନର୍ବାଚନ କମିଶନଙ୍କ ପ୍ରତିନିଧି ଦଳଙ୍କୁ ଜଣାଇଥିବା କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ୧୫ ତାରିଖରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ର ଓ ରାଜ୍ୟ ପୋଲିସ ସହ ନର୍ବାଚନ କମିଶନଙ୍କ ପ୍ରତିନିଧି ଦଳଙ୍କ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବ ଓ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । …

Get real time updates directly on you device, subscribe now.

Comments
Loading...