News World Odisha
Current News Updates

ଉଦ୍ଧାର ହୋଇପାରିଲାନି ଛୁଆହାତୀ

0 55

Get real time updates directly on you device, subscribe now.

ଉଦ୍ଧାର ହୋଇପାରିଲାନି ଛୁଆହାତୀ । ଖାଲରେ ପଡ଼ି ଯାଇଥିବା ଛୁଆହାତୀର ଶେଷରେ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଞ୍ଜର ମହିପାଣି ଗାଁ ନିକଟରେ ଏକ ଖାଲରୁ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି । ମହିପାଣି ଗାଁ ଦେଇ ହାତୀପଲ ଯାଉଥିବା ବେଳେ ଏକ 4 ମାସର ଛୁଆହାତୀ ଖାଲରେ ପଡ଼ିଯାଇଥିଲା । ଅନ୍ୟ ହାତୀ ଜଙ୍ଗଲକୁ ଚାଲିଯାଇଥିବା ବେଳେ ଛୁଆହାତୀକୁ ଉଦ୍ଧାର ପାଇଁ ବନ ବିଭାଗ ଚେଷ୍ଟା କରିଥିଲା । ଗତକାଲି ହାତୀ ଛୁଆକୁ ଖାଲରୁ ବାହାର ଉଦ୍ୟମ କରିଥିଲା ବନବିଭାଗ । ଉଦ୍ୟମରେ ସଫଳ ହେବା ପୂର୍ବରୁ ମରିଗଲା ହାତୀଛୁଆ । ରାଉରକେଲା ଏସିଏଫ୍‌ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟ କରିଥିଲେ । କିନ୍ତୁ ଠିକ୍‌ ସମୟରେ ସଫଳତା ମିଳିଲା ନାହିଁ । ଶେଷରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Comments
Loading...