News World Odisha
Current News Updates

ଏହି ଅଭିନେତ୍ରୀଙ୍କ ଡୁଡୁଲ କରି ଗୁଗୁଲ ମନାଇଲା ଜନ୍ମଦିନ

0 94

Get real time updates directly on you device, subscribe now.

ବଲିଉଡ଼ର ମହାନ ଅଭିନେତ୍ରୀ କହିବା ମାତ୍ରେ ପ୍ରଥମେ ଯେଉଁ ନାଁ ସାମ୍ନାକୁ ଆସେ ସେ ହେଉଛନ୍ତି ମଧୁବାଲା । ତାଙ୍କର ଅଭିନୟରେ ଏମିତି ଯାଦୁକୁ ଥିଲା ଯେ ତାଙ୍କୁ ଆଜିକା ହିପହପ ପିଢି ମଧ୍ୟ ଭୁଲିପାରିନି। ଫେବ୍ରୁଆରୀ ୧୪, ଆଜି ହେଉଛି ବଲିଉଡ଼ର ନାୟିକା ମଧୁବାଲାଙ୍କ ଜନ୍ମ ଦିନ । ୧୯୩୩ ମସିହା ଆଜିର ଦିନରେ ଏହି ଅଭିନେତ୍ରୀଙ୍କ ଜନ୍ମ ଗ୍ରହଣ କରିଥିଲେ ।

ମଧୁବାଲାଙ୍କ ୮୬ତମ ଜନ୍ମ ଦିନ ଅବସରରେ ଯେଉଁଠି ପୁରା ଦେଶ ଓ ବିଦେଶରେ ତାଙ୍କୁ ମନେ ପକାଇଛନ୍ତି ସେଇଠି ଗୁଗୁଲ ମଧ୍ୟ ଏହି ମହାନ ଅଭିନେତ୍ରୀଙ୍କୁ ତା ଅନ୍ଦାଜରେ ଡୁଡୁଲ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି । ଦିଲ୍ଲୀର ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା ମଧୁବାଲାଙ୍କ ଛୋଟ ବେଳର ନାଁ ମୁମତାଜ ବେଗମ ଜାହାଁ ଦେହଲବୀ ଥିଲା ।

ମଧୁବାଲା ଫିଲ୍ମ ‘ବସନ୍ତ’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ କିନ୍ତୁ ଫିଲ୍ମ ‘ନୀଲକମଲ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମର ସଫଳତା ପରେ ମଧୁରବାଲାଙ୍କୁ ‘ସିନେମାର ସୌନ୍ଦର୍ଯ୍ୟ ଦେବୀ’ କୁହାଗଲା । ମଧୁବାଲା ନା କେବଳ ସିନେମା ଜଗତ ବରଂ ଧିରେ ଧିରେ ଲୋକଙ୍କ ଦିଲରେ ରାଜ କରିଥିଲେ ।

୩୬ ବର୍ଷ ବୟସରେ ୨୩ ଫେବ୍ରୁଆରୀ ୧୯୬୯ ମସିହାରେ ତାଙ୍କର ନିଧନ ହୋଇଥିଲା । ତାଙ୍କର ଶେଷ ଫିଲ୍ମ ଜଲବା ଥିଲା । ଯାହା ତାଙ୍କ ନିଧନର ୨ବର୍ଷ ପରେ ରିଲିଜ ହୋଇଥିଲା ।

Get real time updates directly on you device, subscribe now.

Comments
Loading...