News World Odisha
Current News Updates

ପ୍ରେମ ତୋର ବଦମାସ୍…

0 159

Get real time updates directly on you device, subscribe now.

ଆଜି ହେଉଛି ଭାଲେନଟାଇନ ଡେ ବା ପ୍ରେମ ପାଇଁ ଦିନଟିଏ। ନିଜ ମନର ମଣିଷ ଆଗରେ ନିଜର ମନର କଥା କହିବାର ଦିନଟିଏ  । ଯାହାର ଅପେକ୍ଷାରେ ପ୍ରେମୀଯୁଗଳ ରହିଥାନ୍ତି । ଏଥିପାଇଁ କିଏ ତା ସାଥିକୁ ଉପରହାର ଦେଇ ତାକୁ ଖୁସି କରିବାକୁ ଚାହେଁ ତ କିଏ ତା ପ୍ରେମ ପାଇଁ କିଛି ସ୍ୱତନ୍ତ୍ର ପ୍ଲାନ କରିଥାଏ । କିନ୍ତୁ ପ୍ରେମ ଏସବୁରେ ସୀମିତ ନଥାଏ କି ପ୍ରେମର ଆବଶ୍ୟକତା ଏଥିରେ ରହି ନ ଥାଏ । ପ୍ରେମ ତ ସେଇ ଅନୂଭୁତି ଯାହାକୁ ଅନୁଭବ କରିବାପାଇଁ ଦରକାର ଦୁଇଟି କଥା କୁହା ହୃଦୟ ।

ପ୍ରେମର ତୁଳନା କାହା ସହ କରିହୁଏନା କୌଣସି ବସ୍ତୁ ନା କୌଣସି ବାସ୍ତବତା ଏହା ତ ହୃଦୟର ଆବେଗ, ଯାହା ପାଇଁ ପ୍ରେମିକ ପ୍ରେମିକା କିଛି ବି କରିପାରନ୍ତି । ତାଙ୍କ ପାଇଁ ଜାତି, ଧର୍ମ, ବର୍ଣ୍ଣ, ସମାଜର ଚିନ୍ତାଧାରା କିଛି ବି ମାନେ ରଖେନା । ପ୍ରତି ମୂହୁର୍ତ୍ତରେ ସମାଜ ପ୍ରେମ ପାଇଁ ପ୍ରତିବନ୍ଧକ ସାଜୁଥିଲେ ବି କରିପାରୁନି ଏଇ ସୁନ୍ଦର ଭାବନାର ଅନ୍ତ । ପ୍ରେମ ହେଉଛି ସେଇଟା ଯେଉଁଟାରେ ସ୍ୱାର୍ଥର କୌଣସି ସ୍ଥାନ ନଥାଏ  । ପ୍ରେମ ସବୁବେଳେ ନିସ୍ୱାର୍ଥ,ନିଶ୍ଚଳ । ଯେତେବେଳେ ଜଣେ ପ୍ରେମିକା ତା ପ୍ରେମିକ ଛାତିରେ ମୁଣ୍ଡ ରଖି ତାର ସମସ୍ତ ଦୁଃଖ, ସୁଖ,ହସ,ଲୁହକୁ ଅଜାଡି ଦିଏ ପ୍ରେମ ଆଉ ଦିପାଦ ଆଗକୁ ଆଗେଇଯାଏ ।  

Get real time updates directly on you device, subscribe now.

Comments
Loading...