News World Odisha
Current News Updates

ଭୟ ଭିତରେ ବଢୁଥିଲା ଭଲ ପାଇବା…

0 1,325

Get real time updates directly on you device, subscribe now.

ପ୍ରେମ କରିବାକୁ ହେଲେ ଜାତି ଜରୁରୀ କି ? ପ୍ରେମ କଣ ନିଜ ଜାତି ଦେଖି କରାଯାଏ ? ହୁଏତ ଏ ପ୍ରଶ୍ନର ଉତ୍ତର ଭିନ୍ନଭିନ୍ନ ଆସିବ  । ମାତ୍ର ଅନେକ ଲୋକଙ୍କ ମତ ଯେ, ପ୍ରେମ ଜାତି ଦେଖେନାହିଁ  । ପ୍ରେମ ପାଇଁ ଜାତି, ଧର୍ମ, ପରିବାରକୁ ପଛ କରି ଘରୁ ପଳେଇ ଆସିଥିବା ୨ ପ୍ରେମପକ୍ଷୀଙ୍କ ସଙ୍ଘର୍ଷପୂର୍ଣ୍ଣ କାହାଣୀ ସମ୍ପର୍କରେ ଥରେ ପଢ଼ନ୍ତୁ ଭିନ୍ନ ଜାତିରେ ଭଲପାଉଥିବା ପ୍ରେମୀଯୁଗଳ…

ନିଜ ନିଜ ଜୀବନରେ ଖୁସି ରହୁଥିବା ଅନେକ ପୁଅ ଝିଅଙ୍କ ପରି ଶିଳ୍ପା ମଧ୍ୟ ଜାତି ଜାତି ମଧ୍ୟରେ ଥିବା ଭେଦ ଭାବକୁ ଅଣଦେଖା କରୁଥିଲେ । ଗୁଜୁରାଟ ସ୍ୱରାଷ୍ଟ୍ରର ଏକ ଛୋଟ ଗାଁରେ ବାସ କରୁଥିବା ଏକ ରାଜପୁତ ପରିବାରର ଝିଅ ହେଉଛନ୍ତି ଶିଳ୍ପା । ସୋସିଆଲ ମିଡିଆରେ ଶିଳ୍ପାଙ୍କ ସାକ୍ଷାତ ହେଲା ରବୀନ୍ଦ୍ରଙ୍କ ସହିତ, ଆଉ ଯେବେ ପ୍ରେମ ହେଲା ରବୀନ୍ଦ୍ରଙ୍କ ଦଳିତ ହେବା କଥାକୁ ଭଲ ଭାବେ ବୁଝି ପାରିନଥିଲେ ଶିଳ୍ପା ।

ଶିଳ୍ପାଙ୍କ କହିବା ଅନୁଯାୟୀ- “ସବୁ ପରିବାରର ଝିଅ ମାନଙ୍କ ଉପରେ ପ୍ରତିବନ୍ଧକ ଥାଏ, ମୋ ଉପରେ ବି ଥିଲା । କଲେଜ ଯିବା ଛଡ଼ା ଘରୁ ବାହାରୁ ନଥିଲି । ସେତେବେଳେ ନା ମୁଁ କିଛି ବୁଛିପାରୁଥିଲି, ନା ମୋ ମନରେ କିଛି ସ୍ୱପ୍ନଥିଲା…. ବାସ୍ ଆଖିରେ ଆଖିରେ ପ୍ରେମ ହୋଇଯାଇଥିଲା “ । କିନ୍ତୁ ପ୍ରେମ ହେବାର କିଛି ଦିନ ପରେ ଶିଳ୍ପା ବୁଝିଯାଇଥିଲେ ଯେ ସେ ଯେଉଁ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି ସେ ରାସ୍ତା କୌଣସି କଣ୍ଟକ ପଥରୁ କମ୍ ନୁହେଁ ।

ନିଜ ପ୍ରେମ ନେଇ ରବୀନ୍ଦ୍ରଙ୍କ କୁହନ୍ତି-“ ଶିଳ୍ପାକୁ ବୁଝାଇବାକୁ ପଡ଼ିଲା ଯେ ବାସ୍ତବିକତା କ’ଣ । ନିର୍ବାଚନର ସମୟ ଥିଲା, ଆଉ ଏକ ଦଳିତ ବ୍ୟକ୍ତିର ହତ୍ୟା କରି ଦିଆଯାଇଥିଲା । ଘଟଣା ଏତେ ଗମ୍ଭୀର ଥିଲା ଯେ ଆମକୁ ସେମାନଙ୍କ ଗଳିକୁ ଯିବା ମନା ଥିଲା ଆଉ ମୁ ତ ତାଙ୍କ ଘରେ ବାହା ହେବାକୁ ଚାହୁଁଥିଲି ।

ସମୟ ବିତିବା ସହିତ ଶିଳ୍ପା ଅଣନିଶ୍ୱାସୀ ହୋଇଯାଉଥିଲେ । ଯେମିତି ଦୁହିଁଙ୍କ ପାଇଁ ଏହା ଥିଲା କର ବା ମର ପରିସ୍ଥିତି । ଶିଳ୍ପା ଅନୁଭବ କରିସାରିଥିଲେ ସେ ଯଦି ରବୀନ୍ଦ୍ରଙ୍କୁ ବିବାହ ନକରିବେ ତାହେଲେ ତାଙ୍କ ଜୀବନର କିଛି ମହତ୍ତ୍ୱ ରହିବନି  । ରବୀନ୍ଦ୍ରଙ୍କ ମୁତାବକ ଭିନ୍ନ ଜାତିରେ ବିବାହ କରୁଥିବା ଲୋକଙ୍କୁ ଏଲିଅନ କୁହାଯାଉଥିଲା ।

ଭିନ୍ନ ଜାତିର ବିବାହ ବିରୋଧ କରୁଥିବା ଲୋକଙ୍କ କହିବା କଥା-‘ ଭିନ୍ନ ଜାତିରେ ବିବାହ କରୁଥିବା ବ୍ୟକ୍ତି ମାନଙ୍କୁ ଏଲିୟନ କୁହାଯାଉଥିଲା । ଏମାନେ ସମାଜ ସହିତ ବିଦ୍ରୋହ କରୁଥିବା କୁହାଯାଏ । ଏକବିଂଶ ଶତାବ୍ଦୀରେ ରହିଲେ ମଧ୍ୟ କେହି ପରିବର୍ତ୍ତନ ଚାହୁନାହାନ୍ତି । ବରଂ ସୋସିଆଲ ମିଡ଼ିଆରେ ଭୟର ବାତାବରଣ ଖେଳାଉଛନ୍ତି ।

କିନ୍ତୁ ଏହି ପରିସ୍ଥିତିରେ ରବୀନ୍ଦ୍ର ହାର ମାନି ନଥିଲେ । ସେ ନିଜକୁ ସମ୍ଭାଳିବା ସହ ଶିଳ୍ପାଙ୍କୁ ମଧ୍ୟ ନିରାଶ ହେବାରୁ ବଞ୍ଚାଇଥିଲେ । ହଠାତ୍ ଦିନେ ଶିଳ୍ପାଙ୍କ ଫୋନ ଆସିଲା, ଆଉ ତା ପରେ ରବୀନ୍ଦ୍ର ବାହାରିପଡ଼ିଲେ । ରବୀନ୍ଦ୍ର କହିଲେ ଯେ, ‘ ଆତ୍ମହତ୍ୟା ଆମ ରାସ୍ତା ନୁହେଁ, ଏବେ ସମୟ ଆସିଗଲାଣି ଦୁନିଆ ସହିତ ମିଶିକି ରହିବାର ।‘’

ଶେଷରେ ଶିଳ୍ପା ଏବଂ ରବୀନ୍ଦ୍ର ଘରୁ ପଳାଇ ବିବାହ କରିଲେ । କିନ୍ତୁ ଏହା ତାଙ୍କ ଲଢ଼େଇର ଶେଷ ନୁହଁ ବରଂ ଆରମ୍ଭ ଥିଲା । ରବୀନ୍ଦ୍ରଙ୍କ ମୁଣ୍ଡ ଉପରୁ ଛାତ ପଳେଇଲା ଆଉ ପାଖରୁ ଇଞ୍ଜିନିୟରିଂର ଚାକିରି ମଧ୍ୟ। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ରବୀନ୍ଦ୍ରଙ୍କୁ ଶେଷରେ ଶ୍ରମିକ ହୋଇ ଖଟିବାକୁ ପଡ଼ିଲା । ଭଡ଼ାରେ ଘର ନେବା କଥା ଆସିଲେ ଦୁହିଁଙ୍କ ଅଲଗା ଅଲଗା ଜାତି ହୋଇଥିବାରୁ ତାଙ୍କୁ କେହି ରହିବା ପାଇଁ ଘର ମଧ୍ୟ ଦେଉନଥିଲେ ।

ଦୁହେଁ ପ୍ରାୟ ପନ୍ଦର ଥର ଘର ବଦଳାଇଛନ୍ତି । ସବୁବେଳେ ତାଙ୍କୁ ଆକ୍ରମଣର ଭୟ ଲାଗିରହିଥାଏ । ରାସ୍ତାରେ ଚାଲୁଥିବା ବେଳେ, କାମ କରୁଥିବା ବେଳେ ଅଜଣା ଛାଇ ତାଙ୍କୁ ସର୍ବଦା ଭୟଭୀତ କରାଉଥିଲା ।

ଏଭଳି ପରିସ୍ଥିତିରେ ଦୁହିଁଙ୍କୁ କ୍ରୋଧ ଆସିବା ସହିତ ପରସ୍ପରକୁ ଆରୋପ ଲଗାଇବା ପର୍ଯ୍ୟନ୍ତ କଥା ଆସିଲା । ଘରଠାରୁ ଦୂରରେ ରହିବାର ଦୁଃଖ ଏବଂ ପରସ୍ପର ସହିତ ଚାଲିଥିବା ମତଭେଦକୁ ନେଇ ଦୁହେଁ ମାନସିକ ଚିନ୍ତାରେ ରହୁଥିଲେ ।

ଶିଳ୍ପାଙ୍କ କହିବା ଅନୁଯାୟୀ- ଦିନେ ଦୁହେଁ ବସି କଥାବାର୍ତ୍ତା କରି ନିଷ୍ପତ୍ତି ନେଲେ ଯେ- ପରସ୍ପର ବିରୋଧରେ ନଯାଇ ମିଳିମିଶି ଏହି ପରିସ୍ଥିତିର ସମ୍ମୁଖୀନ କରିବା । ଏକାଠି ରହି ପରିସ୍ଥିତିକୁ ସାମ୍ନା କରିବାରେ ଥାଏ ଅନେକ ଶକ୍ତି । ଶିଳ୍ପା କହିଛନ୍ତି ଯେ- ଏବେ କାନ୍ଦିବା ବନ୍ଦ କରିଦେଇଛି ମୁଁ । କାନ୍ଦିଲେ ନକାରାତ୍ମକ ଭାବନା ମନକୁ ବିଚଳିତ କରିଥାଏ । ସେଥିପାଇଁ ଜୀବନକୁ ହସିହସି ବିତାଇବା ପାଇଁ ଚିନ୍ତା କରିଛି ।

ଶିଳ୍ପା ଏବଂ ରବୀନ୍ଦ୍ର ଏବେ ନିଜ ଜୀବନ ଏବଂ ନିଷ୍ପତ୍ତି ବାବଦରେ ବିନା ଡରରେ କଥା ହୁଅନ୍ତି । ଭିନ୍ନ ଜାତିରେ ବିବାହ କରିବାକୁ ଚାହୁଁଥିବା ପ୍ରେମୀଯୁଗଳ ମାନେ ଏବେ ଶିଳ୍ପା ଏବଂ ରବୀନ୍ଦ୍ରଙ୍କ ଠାରୁ ଉପଦେଶ ନିଅନ୍ତି । କିନ୍ତୁ ସେ ପ୍ରେମୀଯୁଗଳ ମାନେ ଏବେ ସାମ୍ନାକୁ ଆସିବାକୁ ଚାହୁଁନାହାନ୍ତି । କାରଣ ଶିଳ୍ପା ଓ ରବୀନ୍ଦ୍ରଙ୍କ ପରି ସେମାନେ ମଧ୍ୟ ଅଙ୍ଗେନିଭାଇବାକୁ ଚାହାନ୍ତି କି ଭୟରୁ ସାହସର ଯାତ୍ରା କେତେ ମୁସକିଲ  ।

ରବୀନ୍ଦ୍ରଙ୍କ କହିବା ଅନୁଯାୟୀ, ଭିନ୍ନ ଭିନ୍ନ ଜାତିରେ ବିବାହ କରିବାର ନିଷ୍ପତ୍ତି ଏକ ପରିବର୍ତ୍ତନ ଦେଶ ପାଇଁ ପାଦ ବଢ଼ାଇବାର ପ୍ରଥମ ପଦକ୍ଷେପ ଯାହା ଦ୍ୱାରା ଦେଶରୁ ଜାତିଗତ ଭେଦଭାବ ଦୂର ହୋଇପାରିବ । ରବୀନ୍ଦ୍ର ଏବେ ଆଇନ ପାଠ ପଢ଼ୁଛନ୍ତି, ଏବଂ ଆଶା ରଖିଛନ୍ତି ଯେ ଯେଉଁ ପ୍ରେମୀଯୁଗଳ ମାନେ ଶିକ୍ଷିତ ନଥିବାରୁ ନିଜ ପାଟି ଖୋଲି ପାରିନଥାନ୍ତି ତାଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ସାହାଯ୍ୟ କରିବେ ।

ଶିଳ୍ପା କହିଛନ୍ତି- ସେ ପୂର୍ବପରି ସଙ୍କୁଚିତ ହୋଇ ରହୁନାହାନ୍ତି । ଡରକୁ ନିଜ ମନ ଭିତରୁ କାଢ଼ି ବାହାର କରିଦେଇଛନ୍ତି । “ ଏବେ ମୋ ଜୀବନର ଅସ୍ଥିତ୍ୱ ଅଛି । କାସ୍ ବାପା ଏସବୁ ଦେଖିପାରନ୍ତେ ଯେ ମୁଁ ମସ୍ତି କରିବା ପାଇଁ ବାହା ହେଇନଥିଲି… ଆଉ ମତେ ସେ ସ୍ୱୀକାର କରିନିଅନ୍ତୁ ।

ଶିଳ୍ପାଙ୍କ ଏହି ଆଶା କେବେ ପୂରଣ ହେବ ଜଣାନାହିଁ ମାତ୍ର ସେ ଏବେବି ସ୍ବପ୍ନ ଦେଖିବାରୁ ବିରତ ନେଇ ନାହାନ୍ତି ।

Get real time updates directly on you device, subscribe now.

Comments
Loading...