News World Odisha
Current News Updates

ପଦାରେ ପଡ଼ିଲା ଖେଳ ଶିକ୍ଷକଙ୍କ ଖେଳ

0 217

Get real time updates directly on you device, subscribe now.

ସାର୍‌ଙ୍କୁ ପାହାର । ପଦାରେ ପଡ଼ିଲା ଖେଳ ଶିକ୍ଷକଙ୍କ ଖେଳ। ଟ୍ୟୁସନ୍‌ରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯ଼ୋଗରେ ଛେଚା ଖାଇଲେ ଟିଉସନ ମାଷ୍ଟର ବିଶ୍ୱନାଥ ମୁଦୁଲି । ନୟାଗଡ ଫତେଗଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ଶିକ୍ଷକଙ୍କୁ ଗାଁ ଲୋକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି । ବିଶ୍ୱନାଥ ମୁଦୁଲି ସ୍କୁଲରେ ଖେଳ ଶିକ୍ଷକ ଭାବେ ନିଯ଼ୁକ୍ତି ପାଇବା ସହ ଘରୋଇ ଟ୍ୟୁସନ ବି କରୁଛନ୍ତି । ଟ୍ୟୁସନରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ କାହାକୁ ନକହିବାକୁ ଧମକାଇଥିଲେ । ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ । ଏହା ପରେ ଗାଁ ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଛନ୍ତି  ମାଷ୍ଟ୍ରେ । ଶିକ୍ଷକ ବିଶ୍ୱନାଥ ମୁଦୁଲିଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିବା ସହ ପୋଲିସ ଜିମା ଦିଆଯାଇଛି ।

Get real time updates directly on you device, subscribe now.

Comments
Loading...