News World Odisha
Current News Updates

କେବେ ଦିଆଯିବ ପାକକୁ ପାନେ..

0 3,272

Get real time updates directly on you device, subscribe now.

ପୁଲୱାମାର ଛାତିଥରା ବିସ୍ଫୋରଣ ପରେ ସାରା ଦେଶରେ ସଜାଗ ହୋଇଛି  । ପାକିସ୍ତାନକୁ ପାନେ ଦେବାକୁ ପ୍ଲାନ କରୁଛି ଭାରତ । ୨୦ ବର୍ଷ ଭିତରେ ଏହା ବଡ଼ ବିସ୍ଫୋରଣ ହୋଇଥିବାରୁ ଆକ୍ରମଣ ପରେ ଆକ୍ସନମୋଡ଼କୁ ଆସିଛନ୍ତି କେନ୍ଦ୍ର ସରକାର  । ହମଲା ପରେ ସାରା ଦେଶ ହଲଚଲ ହୋଇଥିବା ବେଳେ ଜମ୍ମୁ ପାଇଁ ଡକାଯାଇଛି ଜରୁରୀ ବୈଠକ  । ପାଟଣା ଗସ୍ତକୁ ବାତିଲ କରି ଆସନ୍ତାକାଲି ଶ୍ରୀନଗର ଯାଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ  । ସେପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜରୁରୀ ବୈଠକ ଡାକିଥିବା ବେଳେ ଭୂଟାନ ଗସ୍ତରେ ଥିବା ଗୃହ ସଚିବଙ୍କୁ ଦିଲ୍ଲୀ ଡକରା ହୋଇଛି  ।

ହମଲା ପରେ ତଦନ୍ତରେ ସାମିଲ ହୋଇଛି NIA  । ଆସନ୍ତାକାଲି ଘଟଣାସ୍ଥଳକୁ ଯିବ NIAର ୧୧ ଜଣିଆ ଟିମ୍  । ତେବେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ସହିଦ ଯବାନଙ୍କ ପରିବାର ସହ ପୂରା ଦେଶ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  । ଟ୍ବିଟ କରି ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯବନାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ଦୃଢ଼ ସହକାରେ କହିଛନ୍ତି  ।

ତେବେ ମୋଦିଙ୍କ କଡ଼ା କଥାରୁ ପାକିସ୍ତାନକୁ ପୁଣି ପାନେ ଦିଆଯିବ ବୋଲି ସୁରାକ ମିଳିଛି  । ଉରି ଆଟାକର ୧୦ ଦିନ ପରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତ ବଦଲା ନେଇଥିବା ବେଳେ ପୁଲୱାମା ହମଲାର ବଦଲା ନେବାକୁ ଖୁବ ଶୀଘ୍ର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ହେବ ବୋଲି ଅନୁମାନ କରାଯାଉଛି  ।

ସେପଟେ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି  ।

Get real time updates directly on you device, subscribe now.

Comments
Loading...