News World Odisha
Current News Updates

ପୁଲଓ୍ୱାମା ଆତଙ୍କୀ ହମଲାରେ ଦୁଇ ଓଡ଼ିଆ ପୁଅ ସହିଦ…

0 18,164

Get real time updates directly on you device, subscribe now.

ପୁଲଓ୍ୱାମା ଆତଙ୍କ ହମଲାରେ ସହିଦ ହୋଇଛନ୍ତି ଦୁଇ ଜଣ ଓଡ଼ିଆ ଯବାନ । ଜଣେ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା  ନାଉଗଁ। ଥାନା ଶିଖର ଗଁ।ର ପ୍ରସନ୍ନ କୁମାର ସାହୁ । ସହିଦ ହୋଇଥିବା ଅନ୍ୟ ଜଣେ ଯବାନ ହେଉଛନ୍ତି ନିଆଳି ରତନପୁରର ମନୋଜ ବେହେରା । ମନୋଜ ସଂପର୍କରେ ତାଙ୍କ ଭିଣୋଇ ସ୍ପଷ୍ଟ କରିଛନ୍ତି । ୨୦୦୬ ମସିହାରେ ମନୋଜ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ। ଛୁଟିରେ ଆସି ସପ୍ତାହ ତଳେ କର୍ମକ୍ଷେତ୍ରକୁ ଫେରିଥିଲେ।


ସହିଦ ଯବାନ ମନୋଜ ବେହେରା

ତେବେ ଗତକାଲି ଗୋରିପୋରା ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ 42 ଜଣ ସିଆରପିଏଫ୍‌ ଯ଼ବାନ ସହିଦ ହୋଇଛନ୍ତି । ଅନେକ ଯ଼ବାନ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଶ୍ରୀନଗର ସେନା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସିଆର୍‌ପିଏଫ୍‌ ଯ଼ବାନଙ୍କୁ ନେଇ ଯାଉଥିବା ବସ୍‌କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଥିଲେ । ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଛି । ଆଦିଲ ଅହମ୍ମଦ ପୁଲଓ୍ବାମା କାକାପୁରା ଅଞ୍ଚଳର । ବିସ୍ଫୋରଣ ଲଦା ହୋଇଥିବା ଗାଡ଼ିକୁ ଚଳାଇ ଆଦିଲ ସିଆରପିଏଫ୍‌ ଗାଡ଼ିରେ ମାଡ଼ କରିଥିବା କୁହାଯାଉଛି । ଆଇଇଡି ବିସ୍ଫୋରଣ ପରେ ଗୁଳିମାଡ଼ ବି ହୋଇଥିବା କୁହାଯାଉଛି । 70ଟି ଗାଡ଼ିରେ 2ହଜାରରୁ ଅଧିକ ସିଆର୍‌ପିଏଫ୍‌ ଯ଼ବାନ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା । ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ସିଆର୍‌ପିଏଫ୍‌ ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ ଆତଙ୍କବାଦୀ ।

Get real time updates directly on you device, subscribe now.

Comments
Loading...