News World Odisha
Current News Updates

ସହିଦ ପୁଅ ଆସୁଛି ବୋଲି ସମ୍ଭାଳି ପାରିଲାନି ଆକାଶ…

0 16,664

Get real time updates directly on you device, subscribe now.

ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇଛି  । ଅଦିନିଆ ବର୍ଷା ସହ ସକାଳେ ଜୋରସୋର ପବନ ହୋଇଛି  । ଆକସ୍ମିକ ବର୍ଷା, ପବନ ପାଇଁ ଅନେକ ଲୋକ ହଇରାଣ ହୋଇଥିବା ବେଳେ ଅନେକ ଲୋକ ଏ ଅଚାନକ ବର୍ଷାକୁ ଆକାଶ ଆଖିର ଲୁହ ସହ ସହ ତୁଳନା କରିଛନ୍ତି  । ଭାରତ ମାତା ତାର ବୀର ପୁଅଙ୍କୁ ହରାଇ ମନ ଦୁଃଖରେ କାନ୍ଦୁଥିବା କୁହାଯାଇଛି  । ସହିଦ ପୁଅ ତା ମାଟିକୁ ଫେରୁଥିବାରୁ ମାଟିମାଆ ଆଖିର ଲୁହ ଝରାଇ ତାକୁ ସ୍ବାଗତ କରୁଛି  ।

ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବ ସହିଦ ବୀରଙ୍କ ପାର୍ଥିବ ଶରୀର  । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବୀର ପୁଅଙ୍କ ଜନ୍ମମାଟିକୁ ନିଆଯିବ ସେମାନଙ୍କ ମରଶରୀର  । ଜଗତସିଂହପୁରର ପ୍ରସନ୍ନ ସାହୁ ଓ ନିଆଳିର ମନୋଜ ବେହେରାଙ୍କ ନିଜ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ ହେବ  ।

ତେବେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ଆଗରୁ ଅଦିନିଆ ବର୍ଷାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ସହିଦଙ୍କ ପ୍ରତି ଗଭୀର ଶୋକର ଲୁହଭରା ପୋଷ୍ଟ  । ସାମ୍ବାଦିକ ଗୁଣମଣି ବିଶ୍ବାଳ, ପ୍ରସନଜିତ ରାୟ ଓ ବିଶ୍ବମ୍ବର ଦାସ ନିଜ ନିଜ ଫେସବୁକ ପୋଷ୍ଟରେ ସହିଦଙ୍କୁ ନେଇ ଶ୍ରଦ୍ଧାଞ୍ଜଳିର ଶବ୍ଦ ଢାଳିଛନ୍ତି…

Get real time updates directly on you device, subscribe now.

Comments
Loading...