News World Odisha
Current News Updates

ଆତଙ୍କୀ ଖେଳ ଖତମ୍: ଗଡ଼ିଲା ଗାଜି ମୁଣ୍ଡ

0 13,399

Get real time updates directly on you device, subscribe now.

ପୁଲୱାମା ହମଲାର ପ୍ରଥମ ପ୍ରତିଶୋଧ  । ଆତଙ୍କୀ ଆଡ୍ଡାକୁ ଉଡ଼ାଇ ବଦଲା ନେଲେ ଯବାନ  । ଯବାନଙ୍କ ଗୁଳିରେ ଗଡ଼ି ପଡ଼ିଲା ହମଲାର ମାଷ୍ଟରମାଇଣ୍ଡ ଗାଜି ରସିଦ  । ୧୪ ତାରିଖ ପୁଲୱାମା ହମଲାର ପ୍ରଥମ ବଦଲା ନେଇଛନ୍ତି ଭାରତୀୟ ଯବାନ  । ଏନକାଉଣ୍ଟର କରି ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଢ଼ାଇଛନ୍ତି  । ଯବାନଙ୍କ ଆକ୍ରମଣରେ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଗାଜି ରସିଦ ସହ ଅନ୍ୟ ଜଣେ ସହଯୋଗୀ କାମରାନ ନିହତ ହୋଇଛି  ।

ମୃତ ମାଷ୍ଟରମାଇଣ୍ଡ ଗାଜି ରସିଦ

ତେବେ ସୂଚନାଯୋଗ୍ୟ କି କାଲି ରାତିରୁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ପୁଲୱାମାର ଫିଙ୍ଗଲିନାରେ ଲୁଚି ରହିଥିଲେ  । ଏକ କୋଠା ଘରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ କୋଠାରୁ ଘେରିଥିଲେ ଯବାନ  । ପୁଲୱାମା ହମଲାର ବଦଲା ନେବାକୁ ଏଭଳି ସୁବର୍ଣ୍ଣ ସୁଯୋଗକୁ ହାତ ଛଡ଼ା କରିନଥିଲେ  ଯବାନ  । ତେବେ ରାତି ତମାମ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା  । ଆଉ ଶେଷରେ ଆତଙ୍କୀ ଆଡ୍ଡାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ଯବାନ  ।

ସେପଟେ ରାତି ତମାମ ଗୁଳି ବିନିମୟରେ ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି  । ଆତଙ୍କୀ ଗୁଳିରେ ଡିଏସ ଡୋଣ୍ଡିୟାଲ, ହେଡ କନଷ୍ଟେବଲ ସେବାରାମ, ଅଜୟ କୁମାର, ହରି ସିଂହ ସହିଦ ହୋଇଛନ୍ତି  ।

Get real time updates directly on you device, subscribe now.

Comments
Loading...