News World Odisha
Current News Updates

ସୈତାନଙ୍କୁ ସ୍ମାସ୍ କଲା ‘ସୁଦର୍ଶନ’: POK ଆଟାକରେ ଓଡ଼ିଶା ଲିଙ୍କ…

0 31,096

Get real time updates directly on you device, subscribe now.

ପିଓକେ ଏୟାର ଷ୍ଟ୍ରାଇକରେ ସାମିଲ ଥିଲା ଓଡ଼ିଶା । ପୁଲୱାମା ପ୍ରତିଶୋଧର ଭାଗୀଦାର ଥିଲା ବାଲେଶ୍ବର  । ବାର ଦିନରେ ନିଆଯାଇଥିବା ବଦଲାରେ ଓଡ଼ିଶାର ଥିଲା ବଡ଼ ଦାୟିତ୍ବ  । ଅଧ ରାତିରେ ଅନ୍ଧାରୁଆ ଆକାଶରୁ ପିଓକେରେ ହୋଇଥିବା ଅନ୍ଧାଧୁନ ବୋମା ବର୍ଷାର ମୁକସାକ୍ଷୀ ଥିଲା ବାଲେଶ୍ବର  । ପିଓକେରେ ପଶି ଆତଙ୍କୀ ସଙ୍ଗଠନ ଧ୍ୱଂସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଓଡ଼ିଶାରେ ନିର୍ମିତ ‘ସୁଦର୍ଶନ’ ବୋମା  । ୨୬ ତାରିଖ ରାତିରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ‘ସୁର୍ଦଶନ’ ବୋମା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ଲେଜର ବୋମା ସୁଦର୍ଶନ

ତେବେ ବାଲେଶ୍ବର DRDO ଓ IRDAର ମିଳିତ ଉଦ୍ୟମରେ ଅକ୍ଟୋବର ୨୦୧୦ରେ ପ୍ରଥମ ଥର ପାଇଁ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଥିଲା ‘ସୁର୍ଦଶନ’ ବୋମା  । ଏହା ଦେଶର ପ୍ରଥମ ଲେଜର ବୋମା ଯାହା ୨୦୦୬ରୁ ନିର୍ମିତ ହୋଇଛି  । ଏହି ବୋମା ୪ ବର୍ଷ ପରେ ଅର୍ଥାତ ୨୦୧୦ରେ ପ୍ରଥମ ଥର ପାଇଁ ବାଲେଶ୍ବର ଚାନ୍ଦିପୁରରେ ପରୀକ୍ଷଣ ହୋଇଥିଲା  । ଦେଶର ପ୍ରଥମ ଲେଜର ବୋମା ‘ସୁର୍ଦଶନ’ର ଓଜନ ୪୫୦ କେଜି ।

ଚାନ୍ଦିପୁର ପରେ ୨୦୧୦ ଜୁନ ୯ ତାରିଖରେ ପୋଖରାନ ଠାରେ ଦ୍ୱିତୀୟ ଥର ପାଇଁ ପରୀକ୍ଷା କରାଯାଇଥିଲା। ‘ସୁର୍ଦଶନ’ର ଲକ୍ଷ୍ୟଭେଦ କ୍ଷମତା ୯ କିମି ହୋଇଥିବା ବେଳେ ଏହାର କ୍ଷମତାକୁ ୫୦କିମି ଯାଏଁ ବଢାଇବାକୁ ପରୀକ୍ଷା କରାଯାଇଛି । ତେବେ ପ୍ରଥମ ଥର ପାଇଁ ଲେଜର ବମ୍ ‘ସୁର୍ଦଶନ’କୁ ବାୟୁସେନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦ ବିରୋଧରେ ଭାରତର ବଡ଼ ପଦକ୍ଷେପରେ ଓଡ଼ିଶା ସାମିଲ ଥିବା ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ  ।

Get real time updates directly on you device, subscribe now.

Comments
Loading...