News World Odisha
Current News Updates

ନିର୍ବାଚନ କମିଶନରଙ୍କ ବଡ଼ ଘୋଷଣା…

0 672

Get real time updates directly on you device, subscribe now.

୨୦୧୯ ଲୋକସଭା ନିର୍ବାଚନ ଠିକ୍ ଏବଂ ନିର୍ଦ୍ଧାରିତ ସମୟରେ ହେବ ବୋଲି ନିର୍ବାଚନ କମିଶନର ସୁନୀଲ ଅରୋରା କହିଛନ୍ତି । ପାକିସ୍ତାନ-ଭାରତ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପାଇଁ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି । ଯେଉଁ ସମୟରେ  ନିର୍ବାଚନ ହେବା କଥା ସେହି ସମୟରେ ନିଶ୍ଚିତ ହେବ ବୋଲି ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନର ପ୍ରାଥମିକ ପ୍ରସ୍ତୁତି ନିମନ୍ତେ ଉତ୍ତର ପ୍ରଦେଶ ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନର ଲକ୍ଷ୍ନୌରେ ଏକ ବଡ଼ ଘୋଷାଣ କରିଛନ୍ତି ।

ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏକ କଟକଣା ଜାରି କରି କହିଛନ୍ତି । ୨୦୧୯ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତ କରୁଥିବା ପ୍ରାର୍ଥୀମାନେ ନିଜର ସମସ୍ତ ସମ୍ପତ୍ତିର ସବିଶେଷ ତଥ୍ୟ ଦେବା ସହ ବିଦେଶରେ ଥିବା ସମ୍ପତ୍ତିର ହିସାବ ଦେବାକୁ ପଡ଼ିବ । ଯଦି ଏହି ପ୍ରମାଣ ଦେବାରେ ତ୍ରୁଟି ଦେଖାଯାଏ ତେବେ ସେହି ବ୍ୟକ୍ତି ପ୍ରତିନିଧିତ୍ବ କରିପାରିବେ ନାହିଁ ଏବଂ ତା ସହିତ ସଂପୃକ୍ତ ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments
Loading...