News World Odisha
Current News Updates

କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି

0 179

Get real time updates directly on you device, subscribe now.

ଘର ଆଗରେ ଗୁଳିମାଡ଼ରେ ଯୁବକ ଗୁରୁତର । ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ସାନ ନଇନିପୁର ଗାଁରେ ଗୁଳିକାଣ୍ଡ ହୋଇଛି । 2ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି । ଗୁଳିମାଡ଼ରେ ପ୍ରଶାନ୍ତ ବାରିକ ଗୁରୁତର ଆହତ ହୋଇଛନ୍ତି । ପ୍ରଶାନ୍ତଙ୍କ ବାମ ଜଂଘରେ ୨ଟି ଗୁଳି ବାଜିଛି ।

ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଶାନ୍ତ ନିଜ ଘର ପାଖରେ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲେ । ଖବର ପାଇ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Comments
Loading...