News World Odisha
Current News Updates

ସେନାର ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ

0 132

Get real time updates directly on you device, subscribe now.

ଜମ୍ମୁ କଶ୍ମୀର ତ୍ରାଲରେ ସେନାର ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ । ତ୍ରାଲର ରେଶୀ ମହଲରେ ୩ ଆତଙ୍କୀ ଲୁଚିଥିବା ଖବର ପାଇଁ ସୋମବାର ସଂଧ୍ୟାରୁ ସେନା ଅପରେସନ ଜାରି ରଖିଛି । ଆଜି ସକାଳୁ ଜଣେ ଆତଙ୍କୀଙ୍କୁ ଏନକାଉଣ୍ଟର କରାଯାଇଛି । ଏବେବି ଆଉ ୨ଜଣ ଆତଙ୍କୀ ଲୁଚି ରହିଥିବା ପୋଲିସ କହିଛି । ୪୨ରାଷ୍ଟ୍ରୀୟ ରାଇଫଲ, ୧୮୦ ବାଟାଲିଅନ ସିଆରପିଏଫ ଓ ଏସଏଜି ଟିମ୍‌ ମିଳିତ ଭାବେ ଅପରେସନ କରୁଛନ୍ତି ।

ଗତକାଲି ଗୁଳିବିନିମୟ ସୂଚନା ପରେ ବିଚ୍ଛିନ୍ନତାବାଦୀ ମାନେ ରାସ୍ତାରେ ଭିଡ଼ ଜମାଇଥିଲେ । ପରେ ସେନା ସେମାନଙ୍କୁ ବାହାର କରିବା ପରେ ଅପରେସନ ଆରମ୍ଭ କରିଥିଲା ।

Get real time updates directly on you device, subscribe now.

Comments
Loading...