News World Odisha
Current News Updates

ବଢ଼ୁଛି ହାର୍ଟବିଟ୍: ଆଉ କିଛି ସମୟ ପରେ ବାଜିବ ବିଗୁଲ୍

0 126

Get real time updates directly on you device, subscribe now.

ଆଉ ମାତ୍ର କେଇ ମିନିଟର ଅପେକ୍ଷା । ବାଜିବ ନିର୍ବାଚନୀ ବିଗୁଲ୍‌ । ଆରମ୍ଭ ହେବ ବିଶ୍ବର ସର୍ବବୃହତ Democratic Exercise । 19′ ମହାସମର ପାଇଁ ଦିଲ୍ଲୀ ବିଜ୍ଞାନ ଭବନରେ ହେବ ବଡ଼ ଘୋଷଣା । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା, ନିର୍ବାଚନ କମିଶନର ଅଶୋକ ଲଭାସା ଏବଂ ସୁଶୀଲ ଚନ୍ଦ୍ରା ଘୋଷଣା କରିବେ ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ସହ ଲାଗୁ ହୋଇଯିବ ଆଦର୍ଶ ଆଚରଣ ବିଧି । ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍‌ ୩’ରେ ସରୁଥିବା ବେଳେ ମେ ସୁଦ୍ଧା ନିର୍ବାଚନ ସରି ସ୍ପଷ୍ଟ ହୋଇଯିବ ୧୯’ ମହାସମରରେ କିଏ ମାରିବ ବାଜି ?

Get real time updates directly on you device, subscribe now.

Comments
Loading...