News World Odisha
Current News Updates

ନିର୍ବାଚନରେ କେଉଁ ପ୍ରାର୍ଥୀ କେତେ କରିବେ ଖର୍ଚ୍ଚ ?

0 83

Get real time updates directly on you device, subscribe now.

ନିର୍ବାଚନ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଲାଗୁ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ବ । ଆଜି ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଛି । ଦଳ ଓ ପ୍ରାର୍ଥୀ କଣ କରିବେ ଓ କଣ ନକରିବେ ସେ ବିଷୟରେ ଆଲୋଚନା ହୋଇଛି । କିଛି ଓ୍ବେବ୍‌ସାଇଟ୍‌ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଥିବାରୁ ସେସବୁ ହଟାଇବା ପାଇଁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୨୪ ଘଣ୍ଟାରେ ସରକାରୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାର୍ଥୀଙ୍କ ଖର୍ଚ୍ଚ ସଂପର୍କରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ବିଧାନସଭା ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଓ ଲୋକସଭା ପ୍ରାର୍ଥୀ ସର୍ବାଧିକ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ସ୍ବତନ୍ତ୍ର ଟିମ୍‌ ହୋଇଥିବା ସେ କହିଛନ୍ତି । ନୂଆ ନିୟମ ନେଇ ସବୁ ଦଳକୁ ଅବଗତ କରାଯାଇଛି । ପ୍ୟାନ କାର୍ଡ ଓ ଅପରାଧିକ ତଥ୍ୟ ନେଇ ପ୍ରାର୍ଥୀ ସୂଚନା ଦେବେ । ମାଓପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଇବା ଏକ ବଡ଼ ଚ୍ୟାଲେଞ୍ଜ୍ । ଏହି ଅଞ୍ଚଳରେ ଭୋଟିଂ ସମୟ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯିବ । ମାଓପ୍ରବଣ ଅଞ୍ଚଳରେ ଭୋଟିଂ ବେଳେ ସୁରକ୍ଷା ପାଇଁ ହେଲିକପ୍‌ଟର ବ୍ୟବହାର ହେବ ।

ଭୁବନେଶ୍ବରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ବିଜେଡି, ବିଜେପି  ଓ କଂଗ୍ରେସ ସମେତ  ବିଭିନ୍ନ ଦଳର ପ୍ରତିନିଧି ଯ଼ୋଗଦେଇଥିଲେ । ବୈଠକରେ ଆଲୋଚନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...