News World Odisha
Current News Updates

ଅଷ୍ଟମ ଶ୍ରେଣୀ ଓଡ଼ିଆ ପୁଅର ଆବିଷ୍କାର; ରେଡିଏସନ ରୋକିବ ବେଲପତ୍ର

0 490

Get real time updates directly on you device, subscribe now.

ବେଲପତ୍ର କଥା ଆସିଲେ ଆପଣଙ୍କ ମନରେ ମହାଦେବଙ୍କ ପୂଜା କଥା ଆସୁଥିବ । କିଛିଙ୍କ ମନରେ ଏଥିରେ ଥିବା ଔଷଧୀୟ ଗୁଣ କଥା ସାମ୍ନାକୁ ଆସେ । କିନ୍ତୁ ବେଲପତ୍ର ସାହାର୍ଯ୍ୟରେ ମୋବାଇଲରୁ ବାହାରୁଥିବା ରେଡିଏସନ ରୋକି ହେବ ତାହା ଆପଣ ପୂର୍ବରୁ ଜାଣିଛନ୍ତି କି ? ବେଲପତ୍ର ସାହାଯ୍ୟରେ କମାଯାଇ ପାରୁଛି ରେଡିଏସନର ପ୍ରଭାବ । ଆଉ ସବୁଠୁ ବଡ଼ କଥା ହେଉଛି, ଏହାକୁ ତିଆରି କରିଛନ୍ତି କଲେଜ ପଢ଼ୁଥିବା ଜଣେ ଓଡ଼ିଆ ।


ଏହି କମାଲ କରିଦେଖେଇଛନ୍ତି ଓଡ଼ିଆ ପୁଅ । ଏ ହେଉଛନ୍ତି ବ୍ରହ୍ମପୁରରେ ଯ଼ୁକ୍ତ ଦୁଇ ପଢ଼ୁଥିବା ଯ଼ୁବ ବୈଜ୍ଞାନିକ ଆୟୁଶ ଆଚାର୍ଯ୍ୟ । ସେ ଏଭଳି ଏକ କଭର ତିଆରି କରିଛନ୍ତି, ଯାହା ମୋବାଇଲରୁ ବାହାରୁଥିବା ହାନିକାରକ ରେଡିଏସନକୁ କମାଇବାରେ ସଫଳ ହେଉଛି । ଏଭଳି ଆବିଷ୍କାର କରିଛନ୍ତି ଆୟୁଶ । ବେଲପତ୍ରରେ ତିଆରି ଏହି ସ୍ମାର୍ଟ ମୋବାଇଲ କଭର କେବଳ ରେଡିଏସନ ନୁହେଁ, ଶରୀର ଉପରେ ଖରାପ ପ୍ରଭାବକୁ କମାଏ ।


ଆୟୁଷଙ୍କୁ ମିଳିଛି 4 ବର୍ଷର କଠିନ ପରିଶ୍ରମର ଫଳ । ବିଜ୍ଞାନ ଓ ଏହାକୁ ନେଇ ଗବେଷଣା କରିବାକୁ ଛୋଟ ବେଳୁ ଭଲ ପାଉଥିଲେ ଆୟୁଷ । ନିଜର ଚେଷ୍ଟା ଓ ପରିବାରର ସହଯ଼ୋଗ ତାଙ୍କୁ ଆଣିଦେଇଛି ସଫଳତା । ଏହି ସଫଳତା ପାଇଁ ଆୟୁଷଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଅଧିକ ଗବେଷଣା ପାଇଁ ଆୟୁଷଙ୍କ ଆବିଷ୍କାରକୁ ଅହମ୍ମଦାବାଦରୁ ୟୁରୋପ ପଠାଯାଇଛି ।

Get real time updates directly on you device, subscribe now.

Comments
Loading...