News World Odisha
Current News Updates

ଆଜି ଧୂମପାନ ନିଷେଧ ଦିବସ, ଧୂମପାନ ପାଇଁ ପ୍ରତି 6 ସେକେଣ୍ଡରେ ଯାଉଛି ଜଣକ ଜୀବନ

0 227

Get real time updates directly on you device, subscribe now.

ଆଜି ଧୂମପାନ ନିଷେଧ ଦିବସ । ଧୁମପାନର ଭୟାବହତା ସଂପର୍କରେ ସଚେତନତା କରିବା ପାଇଁ ସାରା ବିଶ୍ବରେ ପାଳନ କରାଯାଉଛି ଏହି ଦିବସ । ଗବେଷଣାରୁ ଜଣାପଡିଛି ଯେ ଆମ ଦେଶରେ ଧୂମପାନ ଯ଼ୋଗୁଁ ପ୍ରତି 6 ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହେଉଛି । ଧୁମପାନ ଯ଼ୋଗୁଁ ମୁଖଗହ୍ବର , ହୃତପିଣ୍ଡ, ଫୁସଫୁସ , ଯକୃତ ଓ  ଖାଦ୍ୟନଳୀ ରୋଗାକ୍ରାନ୍ତ ହୁଏ ।  ଉଚ୍ଚରକ୍ତଚାପ, ହୃଦଘାତ , , ପକ୍ଷାଘାତ , ଫୁସଫୁସ କର୍କଟ, ବୃକକ କର୍କଟ , ଖାଦ୍ୟ ନଳୀ କର୍କଟ , ସ୍ବରନଳୀ କର୍କଟ ହୋଇଥାଏ ।  ସିଗାରେଟରେ 4800 କ୍ଷତିକାରକ ରାସାୟନିକ ଥାଏ । ସେଥିରୁ 69ଟି କର୍କଟ ସୃଷ୍ଟକାରୀ ।  ତେବେ ଏସବୁ ରୋଗରୁ ମୁକ୍ତ ରହିବା ପାଇଁ ଧୁମପାନ ନିଷେଧ କରିବା ପାଇଁ ବାର୍ତ୍ତା ଦେଉଛି ଏହି ଦିବସ ।  ଧୁମପାନ କଲେ ଧୁମପାନକାରୀ ଯେତିକି କ୍ଷତି ସହେ ତାଠାରୁ ଅଧିକ କ୍ଷତି ସହିଥାନ୍ତି ପାଖରେ ଥିବା ଲୋକ । ଏଣୁ ନିଜେ ରୋଗ ମୁକ୍ତ ରହିବା ସହ ଅନ୍ୟଙ୍କୁ ରୋଗମୁକ୍ତ ରଖିବା ପାଇଁ ଧୁମପାନ ଛାଡିବାକୁ ବିଶ୍ବବ୍ୟାପି ସଚେତନ କରାଯାଉଛି ।

Get real time updates directly on you device, subscribe now.

Comments
Loading...