News World Odisha
Current News Updates

ଜୟଙ୍କ ଜୋଶରେ ଜଏନିଂ: ଦାମଙ୍କ ପରେ Next କିଏ…?

0 995

Get real time updates directly on you device, subscribe now.

ବିଜେପିର ଖୁସି ହେଉଛନ୍ତି ଦାମ ରାଉତ  । ବିଜେପିରେ ମିଶିବା ପରେ ଏବେ ଗେରୁଆ ଗଡ଼ରେ ‘ଦାମ ଖୁସି’  । ଆଜି ରାତି ଠାରୁ ଦଳ ଖୁସି ହେବନି ବରଂ ଏ ଖୁସି ଗତ ୨ ଦିନ ତଳୁ କରିଛି ବିଜେପି  । ଦାମ ଗେରୁଆ ଦଳର ଖୁସି, ଏକଥା ଆମେ କହୁନୁ ଏକଥା କହୁଛନ୍ତି ଖୋଦ ବିଜେପି ପ୍ରଭାରୀ ଅରୁଣ ସିଂହ  । ୨ ଦିନ ତଳେ ଅରୁଣ ସିଂହ କହିଥିଲେ ରାଜ୍ୟବାସୀ ଖୁବ୍ ଶୀଘ୍ର ଖୁସି ଖବର ପାଇବେ  । ଆଉ ଆଜି ଏହାର ପ୍ରମାଣ ମିଳିଛି  ।

ତେବେ ଅରୁଣଙ୍କ ମନ୍ତବ୍ୟ ପରେ ଦାମଙ୍କ ଆଡ଼କୁ ଅଙ୍ଗୁଳି ଯାଇଥିବା ବେଳେ ଅନ୍ୟ ନେତାଙ୍କୁ ନାଁ ମଧ୍ୟ ଅନୁମାନ କରାଯାଇଥିଲା  । ବୈଜୟନ୍ତ ପଣ୍ଡାଙ୍କ ପରେ ଦାମ ବିଜେପିରେ ମିଶିବା ଆଉ ଖୁବ ଶୀଘ୍ର ଦାମ ନିଜ ସମସାମୟିକଙ୍କୁ ସାମିଲ କରାଇବା ଚର୍ଚ୍ଚାରୁ ଅନୁମାନ କରି ହେଉଛି କି ଯିଏ ଦଳ ଛାଡ଼ିବ ତାକୁ ବିଜେପି କୋଳେଇ ନବ  । ତେବେ ବିଭିନ୍ନ ଦଳରୁ ବିଦା ହୋଇଥିବା ନେତାଙ୍କୁ ବିଜେଡି କୋଳେଇବା ପରେ ଦଳ ଡେଇଁବାକୁ ଚାହୁଁଥିବା କିମ୍ବା ଦଳ ଛାଡ଼ି ଘରେ ବସିଥିବା ନେତାଏ ଭାବୁଥିବେ ‘ଡର କାହାକୁ ଭୟ କାହାକୁ ବିଜେପି ଅଛି ଚଉ ବାହାକୁ’ ।

Get real time updates directly on you device, subscribe now.

Comments
Loading...