News World Odisha
Current News Updates

ସାଧାରଣ ସଂପାଦକ ପଦ ଦେଇ ସନ୍ତୁଷ୍ଟ କଲେ ସୁପ୍ରିମୋ

0 552

Get real time updates directly on you device, subscribe now.

ପୂର୍ବତନ ମେୟର ଅନନ୍ତ ଜେନାଙ୍କୁ ନୂଆ ନିଯୁକ୍ତି । ବିଜେଡ଼ି ଦଳର ସାଧାରଣ ସଂପାଦକ ଭାବେ ସୁପ୍ରିମୋ ନବୀନ ପଟ୍ଟନାୟକ ଅନନ୍ତଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାସହ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ପୂର୍ବରୁ ବିଜେଡ଼ି ସୁପ୍ରିମୋ ଅନନ୍ତଙ୍କୁ ବିଡ଼ିଏ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ । କିନ୍ତୁ ଏହି ପଦ ଅନନ୍ତଙ୍କୁ ବିଶେଷ ସନ୍ତୁଷ୍ଟ କରିପାରିନଥିଲା । ଏପରିକି ଏହି ପଦ ମିଳିବା ପରେ ଅନନ୍ତ ଏହି ଦାୟିତ୍ବ ବି ଗ୍ରହଣ କରିନଥିଲେ । ଏହା ସ୍ପଷ୍ଟ ଦର୍ଶାଉଛି କି,ଏହି ଅଧ୍ୟକ୍ଷ ପଦ ଅନନ୍ତଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ ।

ଗୋଟିଏ ପଟେ ପୂର୍ବରୁ ବିବାଦୀୟ ହୋଇ ଆସିଥିବା ଅନନ୍ତଙ୍କୁ ଟିକେଟ ଦେଇ ଦଳ ରିସ୍କ ନେବାକୁ ଚାହୁଁନଥିବା ବେଳେ ଅନ୍ୟପଟେ ଦୁଇ ଦୁଇଥର ମେୟର ଥିବା ଅନନ୍ତଙ୍କୁ ଅସନ୍ତୁଷ୍ଟ କରିବାକୁ  ବିଜେଡି ଚାହୁଁନାହିଁ । ଅନନ୍ତଙ୍କ ହାତରେ ବଡ ଭୋଟବ୍ୟାଙ୍କ ରହିଥିବା ବେଳେ ନିର୍ବାଚନ ପୂର୍ବରୁ ତାଙ୍କୁ ଅସନ୍ତୁଷ୍ଟ କରିବା ଦଳ ପାଇଁ ପରବର୍ତ୍ତୀ ସମୟରେ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଅନନ୍ତଙ୍କୁ ଦଳର ବିଭିନ୍ନ ପଦ ପଦବୀରେ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରାଯାଉଥିବା କଥା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments
Loading...