News World Odisha
Current News Updates

ଆଙ୍ଗୁଳି ଫୁଟାଉଛନ୍ତି କି ? ସାବଧାନ

0 274

Get real time updates directly on you device, subscribe now.

କାମ ମଝିରେ ବା ଅଫିସ କି କଲେଜରେ ଥିବା ବେଳେ ସମସ୍ତଙ୍କର ପ୍ରାୟ ଅଙ୍ଗୁଳି ଫୁଟାଇବାର ଅଭ୍ୟାସ ଥାଏ । କେତେବେଳେ ଟେନସନରେ ଥିବା ବେଳେ ତ ଆଉ କେତେବେଳେ ଅସ୍ଥିର ମନ ଥିବାବେଳେ ଅଜାଣତରେ କିଛି ଲୋକେ ଅଙ୍ଗୁଳି ଫୁଟାଇବାକୁ ଆରମ୍ଭ କରିଦେଇଥାଆନ୍ତି । ଏହା ସାମୟିକ ଭାବେ ଆଶ୍ୱସ୍ତି ଦିଏ କିନ୍ତୁ ଥରେ ଦୁଇ ଥର ଅଙ୍ଗୁଳି ଫୁଟାଇଦେଲେ ତାହା ଅଭ୍ୟାସରେ ପରିଣତ ହେଇଯାଏ। ଆଉ ଥରେ ଅଭ୍ୟାସ ହୋଇଗଲା ପରେ ଅଙ୍ଗୁଳି ନଫୁଟାଇଲେ ଅଙ୍ଗୁଳି ସବୁ ଭାରି ଭାରି ଲାଗିଥାଏ । ତେବେ ଆପଣ ଜାଣନ୍ତି ଅଙ୍ଗୁଳି ଫୁଟାଇବା ଦ୍ୱାରା କ’ଣ ହୋଇପାରେ ସମସ୍ୟା ।ଯୋଗଶାସ୍ତ୍ରରେ ଅଙ୍ଗୁଳି ଫୁଟାଇବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।

ଅଙ୍ଗୁଳି ଫୁଟାଇବା ଦ୍ୱାରା କଣ କ୍ଷତି ହୋଇଥାଏ ?

ଦୁଇଟି ହାଡ଼ ଯୋଡି ହୋଇ ରହିବା ପାଇଁ ଦୁଇ ହାଡ଼ ମଝିରେ ଏକ ପ୍ରକାର ତରଳ ପଦାର୍ଥ ଭର୍ତ୍ତି ହୋଇ ଥାଏ । ଡାକ୍ତରୀ ଭାଷାରେ ଏହାକୁ ସାଇନଭାଏଲ ଫ୍ଲୁଇଡ କୁହାଯାଏ । ଏହି ଫ୍ଲୁଇଡ ହାଡକୁ ଚଳପ୍ରଚଳ ହେବାରେ ସହାୟକ ହୋଇଥାଏ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଦୁଇଟି ହାଡ଼ ମଧ୍ୟରେ ଫ୍ରିକ୍ସନ୍ ବା ଘର୍ଷଣ ହୋଇନ ଥାଏ । ବାରମ୍ବାର ଅଙ୍ଗୁଳି ଫୁଟାଇବା ଦ୍ୱାରା ଏହି ତରଳପଦାର୍ଥ ଅଧିକ ପରିମାଣର ବ୍ୟବହାର ହୋଇ ଶୁଖି ଯାଇଥାଏ । ଏହି ତରଳ ପଦାର୍ଥ ଶୁଖିଯିବା ପରେ ଦୁଇଟି ହାଡ଼ ପରସ୍ପର ମଧ୍ୟରେ ଘଷି ( ରଗଡ଼ି) ହୋଇଥାନ୍ତି ବା ଫ୍ରିକ୍ସନ୍ ଅଧିକ ପରିମାଣର ହୋଇଥାଏ । ହାଡ ସବୁ ଗୋଟିଏ ଆଉ ଗୋଟିଏ ଉପରେ ଘଷି (ରଗଡ଼ି) ହେବାଦ୍ବାରା ହାଡ ଭିତରେ ଅଂଗାରକାମ୍ଳ ( କାର୍ବନ ଡାଇ ଅକ୍ସାଇଡ୍) ଭର୍ତ୍ତି ହୋଇ ଯନ୍ତ୍ରଣା ଆରମ୍ଭ ହୋଇଥାଏ ।

ତେଣୁ ଅଙ୍ଗୁଳି ଫୁଟାଇବା ସାମୟିକ ଭାବେ ଆଶ୍ୱସ୍ତି ଦେଉଥିବା ବେଳେ ଏହି ଅଭ୍ୟାସ ଧିରେ ଧିରେ ବିପଦ ଘେରକୁ ଡାକି ନିଏ । ସେଥିପାଇଁ ଏହି ବଦ ଅଭ୍ୟାସକୁ ଧୀରେ ଧୀରେ ପରିତ୍ୟାଗ କରିବା ଉଚିତ ।

Get real time updates directly on you device, subscribe now.

Comments
Loading...