News World Odisha
Current News Updates

ଦିଲ୍ଲୀ ଯାଇ ଦିଲ୍ ଦେଲେ, ପଦ୍ମ ପୋଖରୀକୁ ଡେଇଁ ପଡ଼ିଲେ…

0 274

Get real time updates directly on you device, subscribe now.

ସତ ହେଲା ନ୍ୟୁଜ ୱାଲଡର ସୂଚନା  । ଶେଷରେ ବସି ବସି ବୋର ହେଉଥିବା ଦାମ ବିଜେପିରେ ମିଶିଲେ  । ଦିଲ୍ଲୀରେ ଯାଇ ପଦ୍ମ ପୋଖରୀକୁ ଡେଇଁଲେ ବରିଷ୍ଠ ନେତା ଦାମ ରାଉତ । ବିଜେପି ନେତା କେଭିଙ୍କ ସହ ଦିଲ୍ଲୀ ଯାଇ ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବରେ ମିଶିଲେ ଦାମ  । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପୀ ପ୍ରଭାରୀ ଅରୁଣ ସିଂ ।

ତେବେ ବିଜେପି ଯିବା ନେଇ ଗତ କିଛି ଦିନ ତଳେ ଦିଲ୍ଲୀରେ ଡିଲ ଫାଇନାଲ କରି ଫେରିଥିଲେ ଦାମ  । ନିଜେ ବିଜେପି ଯିବା ସହ ଆଉ କିଛି ନେତାଙ୍କୁ ବିଜେପିରେ ମିଶେଇବା ପାଇଁ ଡିଲ କରିଥିଲେ  । ଆଉ ତାପରେ ଖାରବେଳ ସ୍ବାଇଁ ଓ ବ୍ରଜ ତ୍ରିପାଠୀଙ୍କ ନାଁ ଉଠିଥିଲା  । ବହୁ ଦିନ ପରେ ବୈଜୟନ୍ତ ବିଜେପି ଯିବା ପରେ କମର କଷିଥିଲେ ଦାମ  । ଜୟଙ୍କ ଠାରୁ ଜୋଶ ପାଇ ଦାମ ବିଜେପି ଯିବା ପାଇଁ ସ୍ଥିର କରିଥିବା ଚର୍ଚ୍ଚା ହେଉଥିଲା  ।

ଜାତିଆଣ ଆକ୍ଷେପ ଉପରେ ମନ୍ତବ୍ୟ ଦେଇ ଗତ ସେପ୍ଟେମ୍ୱର ୧୨ରେ ମନ୍ତ୍ରିମଣ୍ଡଳ ସହ ଦଳରୁ ତଡ଼ା ଖାଇଥିଲେ ଦାମ  । ବିଜେଡିରୁ ବହିଷ୍କାର ପରେ କଣ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଚର୍ଚ୍ଚାକୁ ଫର୍ଚ୍ଚା କରି ସେ ନିଜେ ଦଳ ଗଢ଼ିବେ ବୋଲି ଘୋଷଣା କଲେ ଆଉ ଦଳ ମଧ୍ୟ ଗଢ଼ିଲେ  । ହେଲେ ଦଳ ଗଢ଼ି କିଛି ଅସର ପକାଇ ପାରିବେନି ଭାବି ପୁଣି ବୁଲିପଡ଼ି ବିଜେପି ଯିବେ ବୋଲି ନିଷ୍ପତ୍ତି ନେଲେ  ।

Get real time updates directly on you device, subscribe now.

Comments
Loading...