News World Odisha
Current News Updates

ପୁଲଓ୍ୱାମା ଆକ୍ରମଣକୁ ପୂରିଲା ମାସେ

0 79

Get real time updates directly on you device, subscribe now.

୨୦୧୯ ଫେବୃୟାରୀ ମାସ ୧୪ ତାରିଖ । ଭାରତ ପାଇଁ ଥିଲା କଳାଦିନ । ପୁରା ଦେଶ ପ୍ରେମ ଦିବସ ପାଳୁଥିବାବେଳେ ପୁଲଓ୍ୱାମାରେ ହଠାତ ଶୁଭିଥିଲା ବିସ୍ଫରୋଣର ଶଦ୍ଦ । ଆଉ ସେହି ଶଦ୍ଦ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଆଖି ଆଗରେ ଚାଲିଯାଇଥିଲା ୪୦ ଯବାନଙ୍କ ଜୀବନ । ସେ ଦିନ କିଏ ନିଜର ପୁଅକୁ କିଏ ନିଜ ସ୍ୱାମୀକୁ, କିଏ ବାପାକୁ ତ ଆଉ କିଏ ନିଜ ଭାଇକୁ ହରାଇଥିଲା । ଏହି ଖବର ସାରା ଦେଶରେ ଚହଳ ପକାଇ ଦେଶବାସୀଙ୍କ ରକ୍ତକୁ ଗରମ କରିଦେଇଥିଲା । ଆଉ ସାରା ଦେଶ ଯବାନଙ୍କ ଦେହରୁ ଝରିଥିବା ପ୍ରତିଟି ରକ୍ତ ବୁନ୍ଦାର ପ୍ରତିଶୋଧ ମାଗିଥିଲା ।

ଏହାର ପ୍ରତି ଜବାବରେ ଉତ୍ତପ୍ତ ଭାରତ ଠିକ ୧୨ ଦିନ ପରେ ପିଓକେରେ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ କରିଥିଲା ବୋମା ବର୍ଷା । ପାହାନ୍ତି ପ୍ରହରରେ ଆତଙ୍କବାଦୀ କ୍ୟାମ୍ପ ଉପରେ ହୋଇଥିଲା ଏୟାରଷ୍ଟ୍ରାଇକ । ଆଉ ସେହି ଏୟାରଷ୍ଟ୍ରାଇକରେ ୩୦୦ ଆତଙ୍କୀ ସଫା ହୋଇଯାଇଥିଲା । ଏୟାରଷ୍ଟ୍ରାଇକର ଦୁଇ ଦିନ ପରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ପାକିସ୍ତାନର କବଜାରେ ପଡିଥିଲେ ଯାହା ଭାରତବାସୀଙ୍କୁ ପୁଣି ମର୍ମାହତ କରିଥିଲା । କିନ୍ତୁ ପାକିସ୍ତାନ ଅଭିନନ୍ଦନଙ୍କୁ ନିଜ କବଜାରେ ନେବାର ୫୭ ଘଣ୍ଟା ମଧ୍ୟରେ ଜେନିଭା ଚୁକ୍ତି ଅନୁଯାୟୀ ଓ୍ୱାଘା ବୋର୍ଡରେ ଭାରତକୁ ଫେରାଇଦେଇଥିଲେ ।

ତେବେ ଏହି ସବୁର ଆରମ୍ଭ ପୁଲଓ୍ବାମା ଆଟାକରୁ ହୋଇଥିଲା । ଆଉ ଆଜି ପୁଲଓ୍ୱାମା ଆଟାର୍କକୁ ପୁରିଛି ଏକ ମାସ । ଏବେ ବି ନିଜ ଆତ୍ମୀୟକୁ ହରାଇଥିବା ପରିବାର ଲୋକେ ବିଶ୍ୱାସ କରି ପାରୁନାହାନ୍ତି ଗଲା ପୁଅ ବା ଗଲା ସ୍ୱାମୀ ଆଉ କେବେ ଫେରିବ ନାହିଁ ବୋଲି । ସାରା ଦେଶ ଏହି ଘଟଣାର କେବେ ପୁନରାବୃତ୍ତି ନହେଉ ବୋଲି ଦୃଢ ମନରେ ଚାହୁଁଛନ୍ତି ।   

Get real time updates directly on you device, subscribe now.

Comments
Loading...