News World Odisha
Current News Updates

ପାକିସ୍ତାନୀ ସିରିଏଲ ଦେଖିବାରୁ ସ୍ୱାମୀ ହେଲା ରକ୍ତମୁଖା

0 199

Get real time updates directly on you device, subscribe now.

ପାକିସ୍ତାନ ସିରିଏଲ ଦେଖୁଥିବାରୁ ସ୍ୱାମୀ କଲେ ଆକ୍ରମଣ  । ପୁଣେରେ ଏକ ଚମକାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ସୀମାରେ ଭାରତ ପାକିସ୍ତାନ ବିବାଦ ଲାଗି ରହିଛି । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଆତଙ୍କବାଦ ଓ ପାକିସ୍ତାନକୁ ନିନ୍ଦା କରୁଛି । ଏହି ଭିତରେ ପାକିସ୍ତାନକୁ ଆଧାର କରି ଏକ ପାରିବାରିକ ସଂକଟ ଦେଖା ଦେଇଛି ।

ପାକିସ୍ତାନର ସିରିଏଲ୍ ଦେଖୁଥିବା କାରଣରୁ ନିଜ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଛନ୍ତି ସ୍ୱାମୀ । ଆରୋପୀର ନାମ ହେଉଛି ଆସିକ ସତ୍ତାର ନାୟାବ ।

ମିଳିଥିବା ସୂଚନା ଅନୁଯାୟୀ, ଆସିକ ଯେତେବେଳେ ଘରକୁ କାମରୁ ଫେରିଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ପାକିସ୍ତାନର ସିରିଏଲ୍‌ ଦେଖିବାରେ ବ୍ୟସ୍ତଥିଲେ । ସିରିଏଲ୍‌ରେ ଏତେ ବ୍ୟସ୍ତ ଥିଲେ ଯେ ସ୍ତ୍ରୀ ତାଙ୍କ କଥାକୁ ଶୁଣି ନଥିଲେ । ଏଥିରେ ଆସିକ ରାଗିଯାଇଥିଲେ ଏବଂ ଏକ ଛୁରୀରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । 

Get real time updates directly on you device, subscribe now.

Comments
Loading...