News World Odisha
Current News Updates

ଦଳ ଡିଆଁ ଡଙ୍ଗାରେ ବସିଲେ ବଡକ୍କନ

0 102

Get real time updates directly on you device, subscribe now.

ଆଗାମୀ ନିର୍ବାଚନରେ ଟିକେଟ ରେସରେ ହେଭିଓ୍ବେଟ ନେତାମାନେ,ଟିକେଟ ପାଇବା ଆଶାରେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଦଳ ଅଦଳବଦଳ ଆରମ୍ଭ କରିବା ସହ କେନ୍ଦ୍ରରେ ମଧ୍ୟ ଏହି ପର୍ବ ଆରମ୍ଭ ହୋଇଛି । କଂଗ୍ରେସର ବରିଷ୍ଠ ନେତା ଟମ୍ ବଡ଼କ୍କନ ଆଜି  ବିଧିବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ  ବିଜେପିରେ ଯୋଗଦାନ କରିଛନ୍ତି । କଂଗ୍ରେସ ଦଳର ଅଧ୍ୟକ୍ଷ ରହୁଲ ଗାନ୍ଧି ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼କ୍କନଙ୍କୁ ଦଳରୁ ବହିଷ୍କାର କରିଥିଲେ ।

ଆଜି ଛତିଶଗଡ଼ ଗସ୍ତରେ ଯାଇ ରାହୁଲ ଗଣମାଧ୍ୟମ ସାମ୍ନାରେ ବଡ଼କ୍କନ ବିଜେପିରେ ମିଶିବା ନେଇ ତାଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି, ବଡ଼କ୍କନ ଜଣେ ବଡ଼ ଲିଡ଼ର ନୁହନ୍ତି ସେ ବିଜେପିରେ ମିଶିବା କଂଗ୍ରେସକୁ କିଛି ଫରକ୍ ପଡ଼ିବ ନାହିଁ । ଅନ୍ୟପଟେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ବଡ଼କ୍କନ ମିଶ୍ରଣ ପର୍ବ ଅବସରରେ କଂଗ୍ରେସ ଦଳର ଅପାରଗତା ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ।

ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ଯେଉଁଭଳି ପାକିସ୍ତାନର ବାଲାକୋଟ ଉପରେ ଆକ୍ରମଣ କଲେ ତାହା ଭାରତବାସୀଙ୍କ ପାଇଁ ଗୌରବର  କଥା ଏସବୁ ସମ୍ଭବ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ଭବ ହୋଇଛି ବୋଲି ବଡ଼କ୍କନ କହିଥିଲେ । କଂଗ୍ରେସ ସେହି ସମୟରେ ବାଲାକୋଟ ଉପରେ ହୋଇଥିବା ଆକ୍ରମଣର ପ୍ରମାଣ ମାଗିବା ଦଳ ପାଇଁ ହୀନ ପରିଚୟ ଦେଇଛି ବୋଲି ବଡ଼କ୍କନ ଆହୁରି ମଧ୍ୟ କହିଥିଲେ ।

Get real time updates directly on you device, subscribe now.

Comments
Loading...