News World Odisha
Current News Updates

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ମସଜିଦରେ ଗୁଳିମାଡ଼

0 91

Get real time updates directly on you device, subscribe now.

ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମ୍‌ । ଗୁଳିମାଡ଼ରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଥିବାବେଳ, ଅନେକ ଆହତ ହେଇଛନ୍ତି । ଗୁଳିମାଡ଼ ବେଳେ ବାଂଲାଦେଶୀ କ୍ରିକେଟ ଟିମର ସଦସ୍ୟ ମସଜିଦରେ ଥିବା ବେଳେ, ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଖ ହୋଟେଲକୁ ସ୍ଥାନାନ୍ତର କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୁହଁରେ କଳା କପଡା ବାନ୍ଧି , ହେଲମେଟ୍ ଲଗାଇ ଦୁର୍ବୁତ୍ତ ଏହି କାଣ୍ଡ ଘଟାଇଥିଲା । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଅଂଚଳରେ ଏହି ଗୁଳିକାଣ୍ଡ ଘଟିଛି । ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ନ୍ୟୁଜିଲାଣ୍ଡ ପୋଲିସର ବୟାନ ଅନୁସାରେ କ୍ରାଇଷ୍ଟ ଚର୍ଚ୍ଚରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ସ୍ଥିତି ସମ୍ଭାଳିବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରି ରହିଛି । ହେଲେ ଏବେ ବି ସ୍ଥିତି ଅଣାୟତ ରହିଛି ।

ଅନ୍ୟପଟେ ଗୁଳିମାଡ଼ ପରେ ଆଖପାଖରେ ଥିବା ସମସ୍ତ ମସଜିଦକୁ ଖାଲି କରିଦିଆଯାଇଛି । ଗୁଳିକାଣ୍ଡ ପରେ ପରେ ସାରା ଅଂଚଳକୁ ସିଲ୍ କରି ନ୍ୟୁଜିଲାଣ୍ଡ ସୁରକ୍ଷାକର୍ମୀ ଛାନଭିନ୍ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments
Loading...