News World Odisha
Current News Updates

ମର୍ଣ୍ଣିଂୱାକ୍ ବେଳେ ମାତିଲେ ଲୁଟେରା…

0 244

Get real time updates directly on you device, subscribe now.

ରାଜଧାନୀରେ ଲୁଟେରା ରାଜ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗୋଟିଏ ଦିନରେ ୫ଟି ଘଟଣା । ରାଜଧାନୀରେ ରକ୍ତମୁଖା ଡକାୟତଙ୍କ ଆତଙ୍କରାଜ । ଲୁଟିଲେ, ପିଟିଲେ, ଭାଙ୍ଗିଲେ। ସ୍ମାର୍ଟ ସିିଟିରେ ମର୍ଣ୍ଣିଂୱାକ୍ ବେଳେ ସିରିଜ ଲୁଟ କରି ଆକ୍ରମଣ। ପ୍ରତି ଦୁଇ କିଲୋ ମିଟର ରେଡିୟସରେ ହୋଇଛି ଛିନତାଇ। ପ୍ରତି ଦୁଇରୁ ପାଞ୍ଚ କିଲୋ ମିଟରେ ଘଟାଇଛନ୍ତି ଆତଙ୍କ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶୈଳଶ୍ରୀ ବିହାରର ଫେଜ ୭ ଓ ଜଗନ୍ନାଥ ରୋଡ, ବିଡିଏ, ପଟିଆ ଓ ନନ୍ଦକାନନ ଥାନା ରଘୁନାଥପୁରରେ ହୋଇଛି ଛିନତାଇ।

। ଶୈଳଶ୍ରୀ ବିହାର ଫେଜ୍‌ -୭ରେ ବଡ଼ି ଭୋର୍‌ରୁ ଯୋଗ କରିବାକୁ ଘରୁ ବାହାରିଲେ ଗାୟତ୍ରୀ ମୁଦୁଲି । ହଠାତ୍‌ ଦୁଇଟି ବାଇକ୍‌ରେ ୫ ଜଣ ଅତି ସ୍ପିଡ୍‌ରେ ଆଗରେ ଚାଲିଗଲେ । ଭୟରେ ଘରକୁ ଫେରିଆସିଲେ ଗାୟତ୍ରୀ । କିଛି ସମୟ ପରେ ପୁଣି ବାହାରିଲେ । ମୋବାଇଲରେ କଥା ହେଉଥିଲେ । କିଛି ଦୂର ଗଲା ପରେ ଛକି ବସିଥିବା ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ଛଡ଼ାଇନେଲେ ସୁନା ଚେନ୍‌ ଓ ମୁଦି । ଖବର ପାଇ ସ୍ୱାମୀ ପହଞ୍ଚିଲେ । ତାଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୃର୍ବୃତ୍ତ । ଖାଲି ଏତିକି ନୁହେଁ, ପାଖ ପଡ଼ୋଶୀ ଯିଏ ବି ଆସିଲେ, ଆକ୍ରମଣର ଶିକାର ହେଲେ । ଘର ଉପରକୁ ପଥର ଫିଙ୍ଗିଥିଲେ ଦୁର୍ବୃତ୍ତ ।

ଶୈଳଶ୍ରୀବିହାର ଜଗନ୍ନାଥ ରୋଡ୍‌, ପଟିଆ ଓ ବିଡିଏ କଲୋନୀରେ ବି ସମାନ ଡଙ୍ଗରେ ମର୍ଣ୍ଣିଂୱାକ୍‌ କରୁଥିବା ୩ ଜଣଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ ହୋଇଛି । ଏତିକିରେ ସରିନଥିଲା ଆତଙ୍କ, ନନ୍ଦନକାନନ ରଘୁନାଥପୁର ବ୍ରିଜ୍‌ ନିକଟରେ ପୂର୍ବତନ ସେନା କର୍ମଚାରୀ ଶରତ ରାୟ ଓ ତାଙ୍କ ପତ୍ନୀ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିବା ସହିତ ଚେନ ଛଡ଼ାଇ ନେଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ସିରିଜ୍‌ ଛିନ୍‌ତାଇ ପରେ ପୋଲିସ ପାଟ୍ରୋଲିଂକୁ ନେଇ ଉଠୁଛି ପ୍ରଶ୍ନ । ଦାଗୀ କିମ୍ବା ଜେଲ ଫେରନ୍ତା ଅପରାଧୀ ଉପରେ ପୋଲିସ ନଜର ରଖୁନି କି? ପୋଲିସର ଗୁଇନ୍ଦା ବିଭାଗ ଟେର୍‌ ପାଉନି କି? ଥାନା ଅଧିକାରୀ ଅଦଳବଦଳର ଫାଇଦା ନେଉଛନ୍ତି କି ଡକାୟତ? ଦୀର୍ଘ ଦିନ ଜେଲ ରହିଲା ଭଳି ଦଫା ପୋଲିସ ଲଗାଉନି କି? ପୋଲିସ ନିର୍ବାଚନରେ ମାତିଥିବା ବେଳେ ଲୋକଙ୍କ ସୁରକ୍ଷା କଥା ଭୁଲି ଯାଉଛି କି?…

Get real time updates directly on you device, subscribe now.

Comments
Loading...