News World Odisha
Current News Updates

ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା

0 125

Get real time updates directly on you device, subscribe now.

ମୁମ୍ବାଇ ସିଏସ୍‌ଟି ରେଳ ଷ୍ଟେସନରେ ଗତକାଲି ସଂଧ୍ୟାରେ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡିପଡିଥିଲା । ଏହି ଘଟଣାରେ ୬ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ଗୁରୁବାର ସଂଧ୍ୟା ପ୍ରାୟ ସାଢେ ୭ଟା ବେଳେ,  ମୁମ୍ବାଇ ସିଏସ୍‌ଟି ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ଓ ବିଟି ଲେନ୍‌ ମଧ୍ୟରେ ଥିବା ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡି ପଡ଼ିଥିଲା । ବ୍ରିଜ ତଳେ କିଛି ଲୋକ ଦବି ଯାଇଥିଲେ। ଦୁର୍ଘଟଣା ପରେ ସେଠାରେ ରେଲଓ୍ବେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।

ଦୁର୍ଘଟଣା ହେବା ସମୟରେ ବ୍ରିଜ୍‌ ତଳେ ବହୁ ସଂଖ୍ୟାରେ ଲୋକ ଥିବା ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ଏ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣାରେ ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ।

ଘଟଣାରେ ସିଟି ପୋଲିସ ପକ୍ଷରୁ ବିଏମସି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଓଭରବ୍ରିଜଟି ୩୦ ବର୍ଷ ପୁରୁଣା ହୋଇଥିବା ବେଳେ, ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments
Loading...