News World Odisha
Current News Updates

ପବ୍ଲିକ୍ ପ୍ଲେସରୁ ହଟାଅ ମୋଦିଙ୍କ ହୋର୍ଡିଂ : କଂଗ୍ରେସ

0 172

Get real time updates directly on you device, subscribe now.

ଗତ ୧୦ ତାରିଖରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ସହ ନିର୍ବାଚନ ଆଚରଣ ବିଧି ନିୟମ ମଧ୍ୟ ସେହି ଦିନଠାରୁ ଲାଗୁ କରିଥିଲେ । ଭାରତର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଆଞ୍ଚଳିକ ଦଳ ହିସାବରେ ବିଜେଡ଼ି ଏହି ନିୟମ ପାଳନ କରିବା ଉଚିତ । କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳ ନିର୍ବାଚନ କମିଶନରଙ୍କ ଦ୍ବାରା ଘୋଷିତ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଭିନ୍ନ ପେଟ୍ରୋଲ ପମ୍ଫ, ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ହୋର୍ଡ଼ିଂକୁ ସେହି ସ୍ଥାନରୁ ହଠାଯାଉ ବୋଲି କଂଗ୍ରେସ ଦାବି କରିଛି । ଯେତେବେଳେ କେନ୍ଦ୍ର ସରକାର ନିର୍ବାଚନ ଆଚରଣ ବିଧିକୁ ସିଧାସଳଖ ଉଲଂଘନ କରୁଛନ୍ତି ତେବେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ।  ନିର୍ବାଚନ ସମୟରେ ବିଭିନ୍ନ ଜନବହୁଳ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ହୋର୍ଡ଼ିଂ ଲାଗିବା ଘଟଣା ସମସ୍ତ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Comments
Loading...